ଦଙ୍ଗା ମାମଲାରେ ଆପ ବିଧାୟକ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲି : ଦିଲ୍ଲୀର କ୍ଷମତା ଶାସନ ଦାୟତ୍ୱ ଚଳାଉଥିବା ଆପକୁ ଲାଗିଛି ଶକ୍ତ ଝଟକା । ଆପ୍ ବିଧାୟକ ତଥା ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିୱାସ ଗୋଏଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୂଚନାନୁସାରେ ଦିଲ୍ଲୀ କଲୋନିରେ ରହୁଥିବା ଜଣେ ରିୟଲିଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ଗୋୟଲ ଓ ତାଙ୍କ ସାଥିମାନେ ଘରେ ପଶି ହଙ୍ଗାମା କରିଥିଲେ ୨୦୧୫ ମସିହାରେ । ଏନେଇ ସେବେଠାରୁ ଶୁଣାଣୀ ଚାଲିଥିବା ବେଳେ ଆସନ୍ତା ୧୮ ତାରିଖରେ ତାଙ୍କ ବିରୋଦ୍ଧରେ ଦଣ୍ଡବିଧାନ ଘୋଷଣା କରାଯିବ ବୋଲି ଜଣାପଡିଛି ।


