ଦଡିଙ୍ଗିଆ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ମହିଳା ସଶକ୍ତିକରଣ ହିଁ ଦେଶର ପ୍ରକୃତ ବିକାଶ
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଦଡିଙ୍ଗିଆ ପଂଚାୟତ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମାଧ୍ୟମ ଫାଉଣ୍ଡେଶନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ରାଲି ରେ ବାହାରି ପଂଚାୟତ ପରିକ୍ରମା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଦଡିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ ଯୋଗଦେଇ ଏହି ଦିବସ ପାଳନ ର ଉଦ୍ଧେଶ୍ୟ, ମହିଳାଙ୍କ ଅଧିକାର ଏବଂ ଦେଶର ବିକାଶ ରେ ମହିଳାଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥି ଭାବେ ମିଶନ ଶକ୍ତି ର ବ୍ଲକ୍ ସଭାନେତ୍ରୀ ସୌଦାମିନୀ ପ୍ରଧାନ, ମନୋଜ ପ୍ରଧାନ, ଜେମାମଣି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ମହିଳା ଦିବସ ଉପରେ ଆଲୋକପାତ କରିବା ସହ ମହିଳା ସଶକ୍ତିକରଣ ହିଁ ଦେଶର ପ୍ରକୃତ ବିକାଶ ବୋଲି ମତ ରଖିବା ସହ ମହିଳା ଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କ ରେ କହିଥିଲେ । କାର୍ଯ୍ୟକ୍ରମ କୁ ମାଧ୍ୟମ ଫାଉଣ୍ଡେସନ ର ପ୍ରୋଜେକ୍ଟ ଅଫିସର ସୌଭାଗ୍ୟ ମିଶ୍ର ପରିଚାଳନା କରିଥିଲେ । ଗୀତାଞ୍ଜଳୀ ଦିଗାଲ, ଅଶୋକ ପ୍ରଧାନ, ଅନ୍ତିମା ନାୟକ ପରିଚାଳନା ରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ଦଡିଙ୍ଗିଆ ସମେତ ମୁସୁମାହା, ପିସେରମା, ଡାଲବାଲି ଓ ବିଅରପାଙ୍ଗା ରୁ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ ।