ଦଣ୍ଡନାଚରେ ଅଶ୍ଳୀଳତା : ଅଙ୍କୁଶ ନାହିଁ

ହିଞ୍ଜିଳିକାଟ (ଶେଷଦେବ ସାହୁ) : ଚୈତ୍ର ମାସର ଆରମ୍ଭ ପରେ ଗଂଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡନାଟ ବର୍ତମାନ ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳୁଛି । ମହାବିଷୃବ ସଂକ୍ରାନ୍ତିରେ ଉଦଯାପିତ ହେବାକୁ ଥିବା ଏହି ନାଟର ପାରମ୍ପରିକ ରିତିନୀତି ଓ ମା’ଙ୍କ ପ୍ରତି ଅଗାଢ ବିଶ୍ୱାସ କାହିଁ କେଉଁ କାଳରୁ ରହି ଆସିଥିଲେ ମଧ୍ୟ ଆଜି ସେଥିରେ ଥିବା ମୂଲ୍ୟବୋଧରେ ଭଟ୍ଟା ପଡ଼ିଥିବା ଅନୁଭବ ହେଉଛି । ଦଣ୍ଡନାଟ ନାମରେ ସାମାଜିକ ନାଟକ ଓ ରେକର୍ଡ଼ ଡ଼୍ୟାନସ୍ର ଭେଳିକିରେ ବର୍ତମାନ ଏଥିରେ ଅପସଂସ୍କୃତି ଓ ଅଶ୍ଳିଳତାର ପ୍ରଦର୍ଶନ ଏହାର ନାଟ୍ୟ ସଂସ୍କୃତିକୁ ବିପଥଗାମୀ କରିଛି । ବିଣାକାର, ଚଢେୟା- ଚଢେୟାଣୀ,ଧୋବ ଧୋବୁଣୀ ବେଶରେ ଆସି ଗଂଜାମର ଲୋକଗୀତ ରଚୟିତା ମାନଙ୍କ ରଚନାରୁ ପରିବେଷିତ ହେବାକୁ ଥିବା ସୁଆଙ୍ଗର ଗୀତ ଓ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ଗାଁର କଳାକାର ମାନେ ଆଉ ନାଟକରେ ଅଭିନୟ କରୁନାହାନ୍ତି । ଯଦିବା କରୁଛନ୍ତି କାଁ ଭାଁ କେତେ ଜଣ । ବାକି ସବୁ କଳାକାର ଯାତ୍ରା ଦଳର । ପ୍ରତ୍ୟେକ ଦଣ୍ଡଦଳ ସହ ଗୋଟିଏ ଗୋଟିଏ ଯାତ୍ରା ଦଳ ସହ ବାର୍ଷିକ ଚୁକ୍ତିବଦ୍ଧ । ସେମାନେ ତାଙ୍କର ସବୁ ସଂରଜାମ ସହ ଆସୁଛନ୍ତି । ଦଣ୍ଡନାଟର ଦିନତକ ଯାତ୍ରା କରି ଦେଇ ପାଉଣା ନେଇ ପେରି ଯାଉଛନ୍ତି । ଦଣ୍ଡନାଟକୁ କେନ୍ଦ୍ର କରି ଯେଉଁ ନାଟ୍ୟ ଅଭିନୟର ଏକ ବଳିଷ୍ଟ ପରମ୍ପରା ଗଂଜାମରେ ମୁଣ୍ଡ ଟେକି ଥିଲା ତାହା ଆଜି ଶୋଚନୀୟ ଭାବରେ ନଷ୍ଟ ହୋଇଯାଇଛି ।
ସେପଟେ ଦଣ୍ଡନାଟ ଆରମ୍ଭ ପୂର୍ବରୁ ଅଶ୍ଳୀଳ ଗୀତ ଓ ନୃତ୍ୟ ଉପରେ ଅଙ୍କୁଶ ଜାରୀ କରିବାକୂୁ ପୁଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ ସହ ଆମ ପୁଲିସ ସମିତି ବୈଠକରେ ଆଲୋଚନା ହେଉଛି । କିନ୍ତୁ ଫଳ ସବୁ ଶୂନ । ଅନ୍ୟ ସାମାଜିକ ସଙ୍ଘଠନ ବି ସ୍ୱର ଉଠାଇବାକୁ ସାହାସ କରିପାରୁନାହାନ୍ତି । ମଂଚ ଉପରେ ଆଧୁନ୍ଖଳ ଓଡ଼ିଆ, ହିନ୍ଦୀ ଆଲବମ୍ ଏବଂ ଚଳଚିତ୍ର ଗୀତର ତାଳେ ତାଳେଯୁବତୀ ମାନେ ନାଚୁଥିବା ବେଳେ ଶହ ଶହ ବ୍ୟକ୍ତି ଏହାକୁ ଉପଭୋଗ କରୁଛନ୍ତି । ନୃତ୍ୟ ଅତ୍ୟନ୍ତ ଆଶାଳୀନ ଓ ଅଶ୍ଳୀଳତାରେ ଭରା । ଏମିତି ଧିରେ ଧିରେ ଅବକ୍ଷୟ ଆଡ଼କୁ ଗତି କରୁଥିବା ଦଣ୍ଡନାଟ ଦ୍ୱାରା ଯୁବ ସମାଜ ପଥଭ୍ରଷ୍ଟ ହେବାର ଆଶଙ୍କା ସୃଷ୍ଟି କରୁଛି । ଏଥିରେ କୌଣସି ଦ୍ୱିମତ ନାହିଁ । ବର୍ତମାନ ଦଣ୍ଡନାଟରେ ରୂପରେଖ ବଦଳି ଯାଇଛି । ନଗ୍ନତା, ଦ୍ୱିଅର୍ଥବୋଧକ ଶବ୍ଦର ପ୍ରୟୋଗ, ଆଧୁନିକତା ନାମରେ ଉଦଣ୍ଡ ନୃତ୍ୟ, କାନଫଟା ସାଉଣ୍ଡ ଆଦି ଦଣ୍ଡନାଟର ପରମ୍ପରାକୁ ନଷ୍ଟ କରିବାରେ ଲାଗିଛି ।ଏହା ଲୋକଙ୍କର ଧର୍ମୀୟ ଭାବନାକୁ କୁଠାରଘାତ କରୁଛି । ଏଣୁ ଏହାକୁ ମାନସିକଧାରୀ ମାନେ ବର୍ଜନ କରି ସେହି ପୁରୁଣା ପାରମ୍ପରିକ ଦଣ୍ଡନୃତ୍ୟକୁ ଆପଣେଇଲେ ତିଷ୍ଟି ରହିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ