ଦଣ୍ଡନାଚ ପାଇଁ ପୂଜାର୍ଚ୍ଚନା କରୁଥିବା ବେଳେ ୧୨ ଗିରଫ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ତଥା ଓଡ଼ିଶାର ବିଭିନ୍ନ ପ୍ରକାର ସାମୁହିକ ସାମାଜିକ କାର୍ଯ୍ୟ,ଯାନିଯାତ୍ରା ଉପରେ କଟକଣା ଜାରି କରାଯାଇଛି ।ତେଣୁ ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡନାଚ ମଧ୍ୟ ପ୍ରଶାସନ ତଥା ଜିଲ୍ଲାପାଳ ଙ୍କ କଡା ନିର୍ଦ୍ଦେଶ ଯୋଗୁଁ ବନ୍ଦ ହୋଇଯାଇଛି ।ଏ ପରି ପରିସ୍ଥିତି ରେ ବେଲଗୁଣ୍ଠା ନିକଟସ୍ଥ ମଙ୍ଗଳପୁର ପଞ୍ଚାୟତର ଜିଲିବା ଠାରେ ଦଣ୍ଡନାଚ ଉଠାଇ ପୂଜାର୍ଚ୍ଚନା ପାଇଁ ଏକତ୍ରିତ ହୋଇଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜିଲିବା କାଳୀ ମନ୍ଦିରଠାରେ ଚଢ଼ାଉ କରି ସେହି ଗ୍ରାମର ୮ ଜଣ ଦଣ୍ଡୁଆ ଓ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗିରଫ କରିଥିଲେ ।ସେମାନେ ବିରୋଧରେ ଭଞ୍ଜନଗର ଥାନା କେସ୍ ନଂ୧୬୧/୨୦ ଏକ ମାମଲା ରୁଜୁ କରିଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।କିଛି ଦିନ ତଳେ ମଧ୍ୟ ଗାଙ୍ଗପୁର ଥାନା ପାଲକଷଣ୍ଢା ଓ ବାଲିଭାଗ ଠାରେ କିଛି ଦଣ୍ଡୁଆ ଏକତ୍ରିତ ହୋଇ ମନ୍ଦିରରେ ପୂଜା କରୁଥିବା ବେଳେ ଗାଙ୍ଗପୁର ପୋଲିସ ଦ୍ବାରା ୯ ଜଣ ଗିରଫ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ