ଦଣ୍ଡବତ ପ୍ରଣାମ ର ମହତ୍ତ୍ଵ ତ୍ରୀବେଣୀ ସଂଗମ ର ଜଳ ଅର୍ପଣ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଆଜି ଶୁକ୍ରବାର ଦିନ ବରଗଡ଼ ସରସ୍ବତୀ ଶିଶୁ ମନ୍ଦିର ଓଡିଆ ବିଭାଗରେ ଦଣ୍ଡବତ ପ୍ରଣାମ ର ମହତ୍ତ୍ଵ ଉପରେ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରାଜେଶ ଦାଶ ପ୍ରଭୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ ! ଦଣ୍ଡବତ ପ୍ରଣାମ ଦ୍ଵାରା ଆମ ଶରୀରର ସର୍ବାଙ୍ଗ ଜୀବକୋଷ ସତେଜ ହୋଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ! ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦିନକୁ ଅନ୍ତତଃ ଥରୁଟିଏ ଦଣ୍ଡବତ ପ୍ରଣାମ କରିବା ଆବଶ୍ୟକ ! ଏହା ସହିତ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଉପରେ ପ୍ରବଚନ ଦେଇଥିଲେ ! ଏବଂ ଏ କଳିଯୁଗରେ ହରେକୃଷ୍ଣ ମହାମନ୍ତ୍ର ମୁକ୍ତିର ଗୋଟିଏ ମାତ୍ର ମାର୍ଗ ବୋଲି କହିଥିଲେ !ଏହି ଅବସରରେ ମହାକୁମ୍ଭ ମେଳାର ମୌନିଅମାବାସ୍ୟା ଦିନ ତ୍ରୀବେଣୀ ସଂଗମ ରୁ ଆସିଥିବା ଜଳ ସମସ୍ତ ଙ୍କୁ ଅର୍ପଣ କରାଯାଇଥିଲା !ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ରଂଜନ କୁମାର ବିଶ୍ଵାଳ, ମମତା ସା, ଗୀତାଞ୍ଜଳି ସାହୁ ଆଦି ଯୋଗଦେଇ ସହଯୋଗ କରିଥିବା ବେଳେ, ଭାଗୀରଥି ଦାଶ ପ୍ରଭୁ ମୃଦଙ୍ଗ ବାଦନ କରିଥିଲେ ! ଇସ୍କନ୍ ପ୍ରଚାରକ ଅଭିଜିତ ପ୍ରଭୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଆଜିର କାର୍ଯ୍ୟକ୍ରମ ରେ ପ୍ରାୟ ୫୦୦ ଛାତ୍ର ଛାତ୍ରୀ ଭାଗ ନେଇଥିଲେ !ଏହିପରି କାର୍ଯ୍ୟକ୍ରମ ମାନ କରାଗଲେ ଆଜିକା ଆଧୁନିକ ଯୁଗର ପିଲାମାନେ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇ ଉତ୍ତମ ନାଗରିକ ହୋଇ ପାରିବେ ବୋଲି ପ୍ରଧାନ ଆଚାର୍ଯ୍ୟ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ !ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ତନୁଜା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ