ଦଣ୍ଡଯାତ୍ରା ଉପରେ କଟକଣା ପରେ ଆଶା ଆଶଙ୍କାରେ ଭକ୍ତ

କୋଦଳା :ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସକୁ ନେଇ ସବୁଠି ଚର୍ଚ୍ଚା, ଆଲୋଚନା ଲାଗି ରହିଛି। ଗଂଜାମ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ୫ରୁ ଅଧିକ ବ୍ଯକ୍ତି ଏକାଠି ରହିବାକୁ ବାରଣ କରାଯାଇଥିବା ବେଳେ ସ୍କୁଲ, ଅଂଗନବାଡି, ଯାନିଯାତ୍ରା, ବିବାହ ବ୍ରତ, ବଡ଼ ଧରଣର ସଭା ସମିତି ପରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ରୋକ ଲାଗିବା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚକୁ ମଧ୍ଯ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଏବେ କୋଦଳା ଅଞ୍ଚଳର ମା ଦଣ୍ଡ କାଳୀଙ୍କ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆଶା ଓ ଆଶଙ୍କା ଦେଖାଦେଇଛି । ବହୁ ପୁରାତନ କାଳରୁ ଏହି ଦଣ୍ଡଯାତ୍ରା ପାଳନ କରାଯାଉଥିବା ବେଳେ ପ୍ରତି ପୁଞ୍ଜା (ଦଳ)ଗୁଡିକରେ ଶହ ଶହ ସଂଖ୍ଯାରେ ଏପରିକି ହଜାର ହଜାର ସଂଖ୍ୟାରେ ମାନସିକଧାରୀମାନେ ଏକାଠି ହୋଇଥାନ୍ତି, ସେମାନେ ରୀତିନୀତି ଅନୁଯାୟୀ ଗାଁ ଗାଁ ବୁଲି ମାଙ୍କ ମହିମା ପ୍ରଚାର ପ୍ରସାର କରିଥାନ୍ତି । ତେବେ ଦିନକୁ ଦିନ ଏହି ଦଣ୍ଡଯାତ୍ରା ଆଧୁନିକତାର ଛାପରେ ବଶିଭୂତ ହୋଇ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅପେରା, ବିଭିନ୍ନ ପ୍ରକାରର ନାଚ ପରିବେଷଣ ବର୍ତମାନ କରାଯାଉଛି । ଦିନେ କି ଦୁଇଦିନ ନୂହେଁ, ୧୩ ଦିନରୁ ୨୧ ଦିନ ପର୍ଯ୍ୟନ୍ତ ଏହି ଯାତ୍ରାରେ ବହୁ ଜନସମାଗମ ଦେଖିବାକୁ ମିଳିଥାଏ । ଯାତ୍ରା ଆରମ୍ଭ ହେବାକୁ ଆଉ ୧୦ ରୁ ୧୫ ଦିନ ବାକି ଥିବାବେଳେ ଏବେ ମାନସିକଧାରୀଙ୍କ ସମେତ ନାଚ ପାର୍ଟି କଳାକାର ମାନେ କରୋନା ଆଲର୍ଟକୁ ନେଇ ଚିନ୍ତିତ ଅଛନ୍ତି । ବିଭିନ୍ନ ଦଳର ନାଚ ପାର୍ଟି ମାନେ ବହୁ ପୂର୍ବରୁ ନାଚ ପାଇଁ ଅଗ୍ରୀମ ଅଗ୍ରିମ ଦେଇ ଅର୍ଥ ଖର୍ଚ୍ଚ କରି ସାରିଛନ୍ତି । ଏଥିପାଇଁ କିଛି ଗ୍ରାମରେ ମଧ୍ୟ ଅପେରା ରିହଲସଲ୍ ଆରମ୍ଭ ହୋଇ ସାରିଛି । ଗଂଜାମ ଜିଲ୍ଲାପାଳ ଦଣ୍ଡଯାତ୍ରା ବନ୍ଦ ଏବଂ କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା କରି ଏହି ଯାତ୍ରାକୁ ସୀମୀତ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ କିଛି ଠୋସ୍ ଗାଇଡଲାଇନ ଆସିଥିବାରୁ ଆଶା ଓ ଆଶଙ୍କା ମଧ୍ୟରେ ଉଭୟ ଯାତ୍ରା କଳାକାର ଓ ଦଣ୍ଡ ମାନସିକଧାରୀ ରହିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ