ଦଣ୍ଡଯାତ୍ରା କଳାକାର  କିନ୍ନରଙ୍କ ମୃତ୍ୟୁ ଘଟଣା ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କିନ୍ନର ମହାସଂଘର ଦାବୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଯାତ୍ରା କଳାକାର କିନ୍ନର ଅର୍ଚ୍ଚିତା ଓରଫ ଅଜିତ ବିଷୋୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ କିନ୍ନର ମହାସଂଘ ପକ୍ଷରୁ ଦାବୀ କରାଯାଇଛି।ରବିବାର ମହାସଂଘର ରାଜ୍ୟ ସଭାନେତ୍ରୀ ସ୍ବିଟି କୁମାରୀଙ୍କ ସମେତ ବହୁ ସଂଖ୍ୟକ କର୍ମକର୍ତ୍ତା ଦିଗପହଣ୍ଡି ଥାନାରେ ପହଞ୍ଚି ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କ ସହ ସବିଶେଷ ଆଲୋଚନା କରି ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବା ସହ ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଛନ୍ତି। ଯଦି ଏହାର ବ୍ୟତିକ୍ରମ କରାଯାଏ ତାହେଲେ ଉଚିତ ନ୍ୟାୟ ପାଇଁ କିନ୍ନର ମହାସଂଘ  ରାଜରାସ୍ତାକୁ ଓଲ୍ଲାଇବ ବୋଲି ରାଜ୍ୟ ସଭାନେତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀ ଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ କିନ୍ନର ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ଶୁକ୍ରବାର ଦିଗପହଣ୍ଡି ଭୋଇ ସାହିର ର ଦଣ୍ଡନାଚ ଦଳ ଗ୍ରାମରେ ନାଚ ପରିବେଷଣ କରିଥିଲେ।ଉକ୍ତ ନାଚ ଦଳରେ ଅଜିତ ଚିତ୍ତାକର୍ଷକ ଅଭିନୟ କରୁଥିଲେ। ସନ୍ଧ୍ୟାରେ କୌଣସି କାରଣକୁ ନେଇ ଦଣ୍ଡନାଚ ଦଳର କିଛି ସହକର୍ମୀ ଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଗ୍ରାମର କୁଲୁ ବିଷୋୟୀ ଙ୍କ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ବ୍ୟବଚ୍ଛେଦ ପରେ ମୃତଦେହ ଶନିବାର ସନ୍ଧ୍ୟା ପ୍ରାୟ ୫ ଟାରେ ଗାଁ ରେ ପହଞ୍ଚିବା ପରେ  କୋଟିନଡା ଗ୍ରାମ ର ବହୁ ସଂଖ୍ୟକ ବ୍ୟକ୍ତି ଦିଗପହଣ୍ଡି -ବ୍ରହ୍ମପୁର ରାସ୍ତାର ସିଦ୍ଧେଶ୍ୱର ଆଦର୍ଶ  ବିଦ୍ୟାଳୟ ନିକଟରେ ତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିବା ପାଇଁ ଉଦ୍ୟମ କରିଥିଲେ।ଖବରପାଇ ଦିଗପହଣ୍ଡି  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ପରେ କୋଟିନଡା ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସତ୍କାର କରାଯାଇଥିଲା। କିନ୍ନର ସଂଘର ବହୁ ସଦସ୍ୟ ଓ ଗ୍ରାମବାସୀ ଶ୍ମଶାନରେ  ଉପସ୍ଥିତ ଥିଲେ।ତାଙ୍କ ପୁଅ ଜଣେ ଭଲ କଳାକାର ଥିଲେ। କୋଟିନଡ଼ା ଗାଁ ଲୋକଙ୍କ ସେ ପ୍ରିୟପାତ୍ର ଥିଲେ। ନିଷ୍ଠୁର ଚରିତ୍ରର ଲୋକମାନେ ତାଙ୍କୁ ଶେଷ କରିଦେଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ଅଜିତ ଙ୍କ ବାପା ସରୋଜ ବିଷୋୟୀ।  ପୁଅ ଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି ଥାନା ମାମଲା ନଂ.୧୪୧/୨୫ ଅନୁଯାୟୀ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ