ଦଣ୍ଡଯାତ୍ରା ବିଧି
ଆରମ୍ଭ ହୋଇଛି ଗଞ୍ଜାମର ଅନ୍ୟତମ ପାରମ୍ପରିକ ଆଧ୍ୟାତ୍ମିକ ଦଣ୍ଡଯାତ୍ରା । ଯାତ୍ରା ପାଇଁ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ । ଜନସାଧାରଣଙ୍କ ମନରେ ଦେଖାଦେଇଛି ଖୁସିର ଲହରୀ । ଦଣ୍ଡଯାତ୍ରା ପର୍ବ ବିଦ୍ଧି ସମସ୍ତ ବ୍ରତ ଠାର ୁ ଏହି ବ୍ରତ ନିଆରା । ବିଭିନ୍ନ ସ୍ଥାନରେ ବ୍ରତ ପାଇଁ ସ୍ୱତନ୍ତ୍ର ବିଦ୍ଧିବିଧାନ ରହିଛି ଓ ଏହି ବ୍ରତକୁ କେଉଁ ସ୍ଥାନରେ ୨୧ ଦିନ ଓ ୧୮ ଦିନ ଓ ୧୩ ଦିନ ଏହି ପରି ୩ ଟି ପର୍ଯ୍ୟାୟରେ ମାଁ ମାନସିକ ଧାରୀ ମାନଙ୍କ ଦାଣ୍ଡରେ ଦଣ୍ଡ ନୃତ୍ୟ କରି ମାନସିକ ସଂପୂର୍ଣ୍ଣ ପୂରଣ କରିଥାନ୍ତି । ଏହି ଦଣ୍ଡବ୍ରତରେ ଦଣ୍ଡୁଆମାନେ ହଳଦିଆ ବସ୍ତ୍ର ପରିଧାନ କରି ମାଁ କାଳୀ ତଥା ପରଭା କୁ ଓ ମହାଦେବଙ୍କୁ ଧରି ପୂଜାର୍ଚ୍ଚନା କରିବା ସହ ମାଁଙ୍କୁ ଆରଧନା କରିଥାନ୍ତି । ସକାଳ ସମୟରେ ମାଁ ଓ ଶିବଙ୍କ ଆଳତି କରି ଦଣ୍ଡଯାତ୍ରା ପାଇଁ ମାନସିକ କରିଥିବା ମାନସିକ ଧାରୀ ମାନଙ୍କ ଘର ଦାଣ୍ଡ ପାଖରେ ପାଦରେ ଚାଲି ଚାଲି ଢୋଲ ଓ ବୀଣା ବଜାଇ ମାନସିକ ଧାରୀ ମାନଙ୍କ ଦାଣ୍ଡରେ ବିଣାକାର ଗୀତ ଗାଇ କୁମ୍ଭ ଢାଳି ମାଁଙ୍କୁ ବନ୍ଦାଇ ପୂଜାର୍ଚ୍ଚନା କରନ୍ତିି । ଏହା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ପାଳନ କରନ୍ତି । ଗ୍ରୀଷ୍ମର ରୈାଦ୍ରତାପ ରେ ଦଣ୍ଡୁଆ ମାନେ ଧୂଳିଦଣ୍ଡ ଖେଳିଥାନ୍ତି । ଏହା ପରେ ପାଣିଦଣ୍ଡ ଏହା ପରେ ଅଗ୍ନିଦଣ୍ଡ ପାଳନ କରାଯାଇଥାଏ । ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ପରେ ସଂନ୍ଧ୍ୟାରେ କାକୁଡି ନବାତ କୋଳି କମଳା ଆଦି ଅଗ୍ନିଦଣ୍ଡରେ ପୂଜା କରି ଓ ପଞ୍ଚାମୃତ କରି ର ସେବନ କରିଥାନ୍ତି ଦଣ୍ଡୁଆ ମାନେ । ସଂନ୍ଧ୍ୟାରେ ମାଁ ଙ୍କ ଆଳତୀ ପରେ ମାଁ ଙ୍କ ପାଇଁ ଅନ୍ନ ଭୋଗ କରାଯାଏ । ଅନ୍ନ ଭୋଗ ପରେ ମଧ୍ୟ ରାତ୍ରରେ ଦଣ୍ଡୁଆ ମାନେ ନିରୋଳା ସ୍ଥାନରେ ବସି ମାଁଙ୍କ ଅନ୍ନ ଭୋଗ ପ୍ରସାଦ ସେବନ କରିବେ । ଭୋଜନ କରିବା ସମୟରେ ଯଦି ଗୁଡି ,ଖଇ , ପାଟିତୁଣ୍ଡ ଶୁଣିଲେ ଆଉ ଦଣ୍ଡୁଆ ମାନେ ଅନ୍ନ ସେବନ କରନ୍ତି ନାହିଁ । ଅନ୍ନ ଭୋଜନ ଶେଷ ହେଲା ପରେ ମାଁଙ୍କୁ ଢୋଲ ବଜାଇ ଓ ମହୁରୀର ବଜାଇ ପାଦରେ ଚାଲି ଚାଲି ମାନସିକ ଧାରୀ ଙ୍କ ଦାଣ୍ଡ ଆଗରେ ମାଁ କାଳୀନାଚ ହୁଏ । ଏହା ପରେ ଆରମ୍ଭ ହୁଏ ପୈାରାଣିକ ଓ ସାମାଜିକ ନାଟକ ଥିଏଟର । ବିଚିତ୍ର ଏହି ଦଣ୍ଡ ଯାତ୍ରା ର କାହାଣୀ ।


