ଦଣ୍ଡ ନାଟ ବନ୍ଦ କଲେ ବିଡ଼ିଓ, ପୁରୀ ସୀମା ପର୍ଯ୍ୟନ୍ତ ପୋଲିସ ର ଫ୍ଲାଗ ମାର୍ଚ୍ଚ

ଗଂଜାମ:କରୋନା କବଳରେସାରାଦୁନିଆ ଅସ୍ତ୍ୟବେସ୍ତ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା ହେଇଥିବା ବେଳେ ଗଞ୍ଜାମ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ସଚେତନତା କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜମ ବ୍ଲକ ପ୍ରଶାସନ ତରଫରୁ ସତର୍କ ଦୃଷ୍ଟି ରଖାଯାଇଛି । ଆଜି ବ୍ଲକ ଅନ୍ତର୍ଗତ ରାମଗଡ଼ ପଂଚୟତ ର ଗଜପତି ନଗର ପଦ୍ମପୁର ଗ୍ରାମରେ ମା ଦଣ୍ଡକାଳୀ ଙ୍କର ଦଣ୍ଡଯାତ୍ରା ପାଇଁ ବାହାରୁଥିବା ଶୁଣି ବିଡ଼ିଓ ଜ୍ୟୋତି ଶଙ୍କର ରାୟ ପହଞ୍ଚି ବନ୍ଦ କରିବା ସହ କମିଟ ଆଲୋଚନା କରିଥିଲେ । ପରେ ମନ୍ଦିର ପରିସରରେ ବିଧିଅନୁସାରେ ପୂଜା କରାଯିବ ବୋଲି କମିଟି ଜଣାଇଥିଲେ ।ସେହିପରି ରମ୍ଭା ପୋଲିସ ଓ ପ୍ରଶାସନ ତରଫରୁ ଆଜି ହୁମ୍ମା ଓ ପାଳୁର ଅଞ୍ଚଳରେ ଖୋଲାଯାଇଥିବା ବିଭିନ୍ନ ଦୋକାନ ବନ୍ଦ କରିବା ସହ ତାଗିଦ କରିଥିଲେ । ପରେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ , ତହସିଲଦାର ଅବନୀ କୁମାର ସାହୁ, ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠି ଜାତୀୟ ରାଜପଥ ପାଲୁର ଛକ ଠାରୁ ଗଂଜାମ ଜିଲ୍ଲା ଓ ପୁରୀ ଜିଲ୍ଲାର ସୀମା ପ୍ରାୟଗି ଗ୍ରାମ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଥିଲେ । ଡାକବାଜ଼ୀ ଯନ୍ତ୍ର ମାଧ୍ୟମରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ସଚେତନତା କରାଯିବା ସହ ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ