ଦଣ୍ଡ ଯାତ୍ରା ଉଦ୍ଯାପିତ

ମହା ବିଷୁବ ସଙ୍କ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଦଣ୍ଡ ଯାତ୍ରା ମେରୁ ପର୍ବ ପରେ ଉଦ୍ଯାପିତ ହୋଇଯାଇଛି ।୧୩, ୧୬, ୧୮ ଓ ୨୧ ଦିନର କଠିନ ଦଣ୍ଡ ବ୍ରତକୁ ଖରାତରାରେ ଅକଟା ଅବଟା ହବିସାନ୍ନ ଖାଦ୍ୟ ନିଶାର୍ଦ୍ଧରେ ଥରୁଟିଏ ଖାଇ ନିଷ୍ଠାର ସହିତ ପାଳନ କରିବା ପରେ ମେରୁ ପର୍ବ ଦିନ ଏହି ବ୍ରତ ଉଦ୍ଯାପିତ ହୋଇଯାଇଛି । ବହୁ ଦିନର ବ୍ରତ ପାଳନ ବେଳେ ଜାତି ଅଜାତିର ବାଛବିଚାର ନଥଲା । ଦଣ୍ଡବ୍ରତ ଧାରୀଙ୍କର ସମସ୍ତେ ମିଳିମିଶି ଦଣ୍ଡବ୍ରତ ବିଧି ମୁତାବକ ପାଳନ କରିଥିଲେ । ସାଙ୍ଗରେ ରୁଦ୍ରକାଳୀ ଏବଂ ଶିବଙ୍କୁ ଧରି ଯାତ୍ରା କରି ମାନସିକ ପୂର୍ଣ୍ଣ କରାଇଥିଲେ । ବିଭିନ୍ନ ଗାଁରେ ଦଣ୍ଡ ଯାତ୍ରା ପରେ ଆଜି ସ୍ୱଗ୍ରାମକୁ ଫେରିଥିଲେ । ପ୍ରଚଣ୍ଡ ଖରାରେ ମଧ୍ୟ ପ୍ରବଳ ଜନଗହଳି ହୋଇଥିଲା । ଦଣ୍ଡୁଆମାନେ ପ୍ରଥମେ ଧୂଳିଦଣ୍ଡ ପ୍ରଦର୍ଶନ କରିଥିଲେ ପରେ ପାଣି ଦଣ୍ଡ କରିବା ପରେ ମା’ଙ୍କ ନିକଟରେ ଭୋଗରାଗ କରି ସନ୍ଧ୍ୟାରେ ଅଗ୍ନିଦଣ୍ଡ ପ୍ରଦର୍ଶନ କରିଥିଲେ । ମେରୁଖୁଣ୍ଟରେ ପାଟଦଣ୍ଡୁଆଙ୍କୁ ଓଲଟା ବନ୍ଧାଯାଇ ଝୁଣାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ସମୟରେ ନିଜର ମାନସିକ ପୂରଣ ପାଇଁ ବିଭିନ୍ନ କାଳୀମନ୍ଦିର ଠାରେ ବିଭିନ୍ନ ଗ୍ରାମାଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁମାନେ ଅଧିଆ ପଡିଥିଲେ । ଦିଗପହଣ୍ଡି ସହର ତଥା ଆଖାପାଖ ଗ୍ରାମାଞ୍ଚଳ ସିଦ୍ଧଖଣ୍ଡି, ଗୌତମୀ, ଚାଞ୍ଚଡାପଲ୍ଲୀ, ଚୁଡଙ୍ଗପୁର, ପଳାଶପୁର, ଭାଲିଆଝୋଳା, ପଟ୍ଟିଗୁଡା, ଜୟନଗର, ମୌଳାଭଣଞ୍ଜା, ସିଦେ୍ଧଶ୍ୱର, ପଦ୍ମପୁର ଆଦି ଅଞ୍ଚଳରେ ମେରୁ ପର୍ବ ଉଦ୍ଯାପିତ ହୋଇଯାଇଥିବା ବେଳେ ରବିବାର ତୋଟା ଭୋଜି ପରେ ମାନସିକଧାରୀ ଦଣ୍ଡୁଆମାନେ ସ୍ୱଗୃହକୁ ପ୍ରତ୍ତ୍ୟାବର୍ତ୍ତନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ