ଦଦରାଲୁଣ୍ଡା ଗ୍ରାମରେ ବୋମା ମାଡ଼
ଭଞ୍ଜନଗର ,(ସନ୍ତୋଷ କୁମାର ଜେନା ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ଗ୍ରାମର ବନ୍ଧ ସାହିରେ ବୋମା ମାଡ଼ ଘଟି ତିନି ଜଣ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଆହତ ମାନେ ଚନ୍ଦନ ନାଇକ, ଦିଗାମ୍ବର ନାଇକ ଏବଂ ରିତୁ ନାଇକ ଏବଂ କୃଷ୍ଣ ଚନ୍ଦ୍ର ଗୌଡ଼ ଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର କୁ ନେବାବେଳେ ରାସ୍ତାରେ ମୃତ୍ୟୁ ବରଣ କରିଥବା ଜଣାପଡିଛି । ଅନ୍ୟ ତିନି ଜଣ ଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିବା ପରେ ଚିକିତ୍ସା କରାଯାଉଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛି । କେଉଁ କାରଣକୁ ନେଇ ବୋମା ମାଡ଼ ହୋଇଛି ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ


