ଦଦରାଲୁଣ୍ଡା ରେ ବୋମା ମାଡ଼
ଭଞ୍ଜନଗର ,(ସନ୍ତୋଷ କୁମାର ଜେନା) : ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ବୋମା ମାଡ଼ ଘଟଣାରେ ଭଞ୍ଜନଗର ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦଦରାଲୁଣ୍ଡା ଅଭି ନାଇକ,ଡ୍ରାଇଭର ନାଇକ,ଶିବ ନାଇକ, କୈଳାସ ନାୟକ , ଲାଲସିଂ ପଲି ଗ୍ରାମର ତପନ ନାଇକ । ସୂଚନା ପ୍ରକାରେ ଗତ ୧ ତାରିଖରେ ଦଦରାଲୁଣ୍ଡା ରେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଗାଁ ରେ ଏହାର ସମାଧାନ ମଧ୍ୟ ହୋଇଥିଲା। ଫଳରେ ୮ ତାରିଖ ରାତି ୮ ଟା ସମୟରେ ଉକ୍ତ କମେଣ୍ଟ ମରାକୁ ନେଇ ବୋମାମାଡ ହୋଇଥିଲା। ଏହି ବୋମା ମାଡ଼ ରେ କୃଷ୍ଣ ଗୌଡ଼ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ମେଡ଼ିକାଲ ଓ ପରେ ବ୍ରହ୍ମପୁର ମେଡ଼ିକାଲ ନେବା ରାସ୍ତାରେ ମୃତ୍ୟୁ ଘଟିଥିଲା। ଫଳରେ ଏହି ଘଟଣାକୁ ନେଇ ଦଦରାଲୁଣ୍ଡା ଗ୍ରାମରେ ଚାପା ଉତେଜନା ଲାଗି ରହିଥିଲା। ପୋଲିସ ସମ୍ପୂର୍କ୍ତ ଅଞ୍ଚଳରେ ପ୍ରେଟ୍ରୋଲିଂ କୁ କଡାକଡି କରିବା ସହ ୪୨୭/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ।ଖୋଦ୍ ଗଂଜାମ ଏସ୍ ପି ବ୍ରିଜେଶ ରାୟ ଦଦରାଲୁଣ୍ଡା ରେ ପହଞ୍ଚି ଘଟଣା ର ତଦନ୍ତ କରିଥିଲେ। ଏଥି ସହିତ ପୋଲିସ ୮ଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରିଥିଲା। ଶେଷରେ ପୋଲିସ କୁ ସଫଳତା ମିଳିଲା ସହ ଏହି ଘଟଣା ରେ ସମ୍ପୂର୍କ୍ତ ଥିବା ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି


