ଦଧିବାବନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଏନ.କୁ୍ୟ. ଏସ ମାନ୍ୟତା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଦଧିବାବନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୁମୀ ଏବଂ ଗୁଣାତ୍ମକ ସ୍ୱାସ୍ତ୍ୟସେବା ପାଇଁ ଏନକୁ୍ୟଏସ (ନେସନାଲ କ୍ୱାଲିଟି ଆସୁ୍ୟରାନ୍ସ ଷ୍ଟାଣ୍ଡାଡ) କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ୱାଲିଟ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଜୁଲାଇ ୨୨ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଆସି ଦଧିବାବନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ଉପକେନ୍ଦ୍ରର ଉନ୍ନତ୍ତ ମାନର ଭିତ୍ତିଭୂମୀ, ରୋଗୀଙ୍କୁ ମିଳୁଥିବା ଉନ୍ନତ ମାନର ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ନେଇ କେନ୍ଦ୍ରୀୟ ଟିମ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଆଧାରରେ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଦଧିବାବନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଜିଲ୍ଲା ତଥା ରାଜ୍ୟର ପ୍ରଥମ ସ୍ୱାସ୍ଥ୍ୟଉପକେନ୍ଦ୍ର ଭାବେ ପ୍ରମାଣପତ୍ର ମିଳିଛି । ଏହି ପରିଦର୍ଶନ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ଦିପକ କୁମାର ସାହୁ, କ୍ୱାଲିଟ ପରିଚାଳକ ଅଭିଷେକ ସଡଙ୍ଗୀ, ମେଲେରିଆ କନୁସଲାଣ୍ଟ ବଳଦେବ ନନ୍ଦ, ଯକ୍ଷ୍ମାରୋଗ ନିରାକରଣର ସଂଯୋଜକ ତାପସ ରଞ୍ଜନ ଜେନା, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ, ଡାକ୍ତର ସୁଦୀପ୍ତା ପଟ୍ଟନାୟକ ବିପିଏମ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହିସମୟରେ କେନ୍ଦ୍ରୀୟ ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇପାରିଥିଲେ । ଏହି ସଫଳତା ମିଳିବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର ପୃଷ୍ଟି, ଡାକ୍ତର ଡାକ୍ତର ପ୍ରଭାତ ନାୟକ ପ୍ରମୁଖ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସିଏଚଓ ମିନତୀ ଜେନା, ସ୍ନେହମୟୀ ମିଶ୍ର, ଶିଳ୍ପା ସ୍ୱାଇଁ, ଶୁଭଲକ୍ଷ୍ମୀ ଜେନା, ସ୍ୱାସ୍ଥ୍ୟକର୍ମୀ ପୁଷ୍ପଲତା ମହାନ୍ତି, ପୁରୁଷ ସ୍ୱାସ୍ଥ୍ୟକର୍ମୀ ହେମନ୍ତ ଜେନା ପ୍ରମୁଖଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ