ଦନେଇପୁରରେ ଟାଟା ପାୱାର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର ଗ୍ରାମରେ ଟାଟା ପାୱାର ଉତ୍ତର ଓଡିଶା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ପଢ଼ିଆରିପଲ୍ଲୀ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଟାଟା ପାୱାରର ଡାକ୍ତର ପ୍ରବିଣା ପଣ୍ଡା, ଫାର୍ମାସିଷ୍ଟ ଦିକ୍ଷିତ କୁମାର ମହାନ୍ତ, ଏ.ଏମ.ଏନ ବିଭୁ ବନ୍ଦନା ସାହୁ ପ୍ରମୁଖ ଯୋଗଦେଇ ୧୨୦ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରିଥିଲେ । ଟାଟା ପାୱାରର କନିଷ୍ଠଯନ୍ତ୍ରୀ ରିବ ନାରାୟଣ ସାହୁ, କର୍ମଚାରୀ ସଞ୍ଜୟ କୁମାର ବଳ, ସୁବାସ ଚନ୍ଦ୍ର ପୃଷ୍ଟି, ପ୍ରାଣରଞ୍ଜନ ମଲ୍ଲିକ, ହିମାଶୁଂ ଶେଖର ନାୟକ, ଦିବେଶ କୁମାର ଭୋଇ ପ୍ରମୁଖ ଶିବିର ପରିଚାଳନା କରିଥିବାବେଳେ ଗ୍ରାମର ଶିକ୍ଷାବିତ ତଥା ସମାଜସେବୀ ଅମୁଳ୍ୟ କୁମାର ମିଶ୍ର, ପ୍ରଭାତ କୁମାର ପୃଷ୍ଟି, ବରିଷ୍ଠ ନାଗରିକ ଶରତ କୁମାର ମିଶ୍ର, ଅଭିମନ୍ୟୁ ଭୂୟାଁ, ହରେକୃଷ୍ଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।