ଦନ୍ତା ଆକ୍ରମଣରେ ମହିଳା ଶ୍ରମିକ ଗୁରୁତର

ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଯୋଡାଚୁଆଁ ଗ୍ରାମରେ ଗୁରୁବାର ସଂଧ୍ୟା ସମୟରେ କଛି ଶ୍ରମିକ ଦନ୍ତା ମୁହ୍ଁରେ ପଡିଯାଇଥିଲେ । ଦନ୍ତା ଶ୍ରମିକମାନଙ୍କୁ ଗୋଡାଇ ଜଣେ ମହିଳା ଶ୍ରମିକଙ୍କୁ କଚାଡି ଦେଇଥିବାବେଳେ ଅନ୍ୟଜଣେ ଶ୍ରମିକ ୭ ଫୁଟ ଗଭିର ଖାଲରେ ପଡି ଆହତ ହୋଇଥିଲେ । ସୁଚନାଯୋଗ୍ୟ, ଯୋଡାଚୁଆଁ ଗାଁର କିଛି ପୁରୁଷ ଓ ମହିଳା ଶ୍ରମିକ କାମରୁ ସଂନ୍ଧ୍ୟାରେ ଫେରୁଥିବା ସମୟରେ ଗାଁ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ରାସ୍ତା ଓଗାଳି ଗୋଡାଇବାଫଳରେ ଭୟରେ ପ୍ରାଣ ବିକଳେ ସମସ୍ତେ ଦୌଡିପଳେଇବା ସମୟରେ ଚୈତନ୍ୟ ଦେହୁରୀ ଏକ ଗଭିର ଖାଲରେ ପଡିଯାଇଥିବାରୁ ତାଙ୍କର ଅଣ୍ଟାରେ ମାଡ ହୋଇଥିଲା । ଅନ୍ୟପଟେ ହାତୀଟି ମୀନା ଦେହୂରୀ(୫୦)ଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲେ । ଉଭୟ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁ ଲୋକ ପହଞ୍ଚିବା ପରେ ହାତୀ ଜଙ୍ଗଲକୁ ପଳାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ