ଦନ୍ତା ହାତୀର ଆତଙ୍କ,ଗ୍ରାମବାସୀ ଭୟଭୀତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) ; କେନ୍ଦୁଝର ଜିଲା ଚମ୍ପୁଆ ରେଂଜ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଲୁଣଗୋଠାଣି ଗ୍ରାମରେ ଏକ ଦନ୍ତାହାତୀ ଜଣଙ୍କ ଘର ଭାଙ୍ଗି ଦେଇଥିବା ଯୋଡା ବନପାଳ ପିଅନ ନାଏକ ସୂଚନା ଦେଇଛନ୍ତି । ୟୁ ମିଳିଥିବା ସୂଚନାନୁଯାୟୀ, ଦନ୍ତାହାତୀଟି ଉକ୍ତ ଗ୍ରାମରେ ପଶି ମକୁରୁ ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଦେଇଥିଲା । ହାତୀ ଉତ୍ପାତ ସମୟରେ ଘଉଡାଇବା ପାଇଁ ଗ୍ରାମବାସୀମାନେ ଯେତେ ଉଦ୍ୟମ କରିଥିଲେ ମଧ୍ୟ ସେଠାରୁ ହାତୀଟି ଉପଦ୍ରବ ଚଳାଇ ଗ୍ରାମରେ ତାଣ୍ଡବଲୀଳା ରଚିଥିଲା । ହାତୀ ଘଉଡାଇବା ପାଇଁ ଅଳ୍ପ ସଂଖ୍ୟକ କର୍ମଚାରୀ ଆବଶକୀୟ ଟର୍ଚ୍ଚ ଲାଇଟ ନଥିବା ପ୍ରଭୃତି ଅଭିଯୋଗ ଗ୍ରାମବାସୀମାନେ କରିଛନ୍ତି । ତେଣେ ହାତୀପଲ ଜଙ୍ଗଲରୁ ଗ୍ରାମକୁ ଆସୁଥିବାରୁ ବିଦ୍ୟୁତ ସରବରାହକୁ ହାତୀ ମାନଙ୍କର ସୁରକ୍ଷା ପାଇଁ ବନ୍ଦ କରିଦିଆଯାଉଥିବାରୁ ଗ୍ରାମବାସୀମାନେ ଅନ୍ଧକାରରେ ରହୁଛନ୍ତି । ଯାହାକି ତାଙ୍କ ଜୀବନକୁ ଦୁର୍ବିଷ କରିଛି । ଚମକପୁର ଓ ଲୁଣଗୋଠାଣିରେ ୨୦ ଟି ହାତୀ ଓ ବାମେବାରୀ ବନାଚଂଳରେ ୨୩ଟି ହାତୀ ବିଚରଣ କରୁଛନ୍ତି । ବର୍ତମାନ ସମୁ୍ଦାୟ ଚମ୍ପୁଆ ରେଂଜ ରେ ୬୪ ଆତଙ୍କ ଚଳାଇଛନ୍ତି । ଏକ ୨୨ଗୋଟି ହାତୀ ଥିବା ହାତୀପଲ ଚମ୍ପୁଆ ରେଂଜ୍ ରେ ପଶି ଯୋଡା ବନାଚଂଳ ଓ ବାଲିବନ୍ଧ ବନାଚଂଳରେ ଆତଙ୍କ ସୃଷ୍ଟି କରିଛନ୍ତି । ଯାହା ବନବିଭାଗ ନିଦ ହଜାଇ ଦେଇଛି ।