ଦମାଦୁଆ ପଂଚାୟତରେ ଏକ ନୂତନ ମୋବାଇଲ ଟାୱାର ବସାଇବା ପାଇ ଦାବି

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ସରକାର ଯୋଗାଯୋଗ କରିବା ପାଇଁ ରାସ୍ତା ଘାଟ କରୁଥିବା ବେଳେ ପିଲାଙ୍କ ଭବିଷ୍ୟତ ପାଇଁ ବିଦ୍ୟାଳୟ ଖୋଲାଯାଉଛି । ହେଲେ ଦୂର ଭାଷା ନିମନ୍ତେ କୌଣସି ପ୍ରକାର ସୁବିଧା ପହଂଚି ପାରୁନି ଦୁର୍ଗମ ଅଂଚଳରେ ଯାହା ଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ସରକାରଙ୍କ ନିୟମ ଅନୁଯାୟୀ ଅନଲାଇନ ପାଠ ପଢାରୁ ବଂଚିତ ରହୁଛନ୍ତି । ତେବେ ଅଂଚଳର ପିଲା କିପରି ପାଠ ପଢିବେ ଏହାକୁ ନେଇ ଚିନ୍ତାରେ ଅଭିଭାବକ । ଦମାଦୁଆ ପଂଚାୟତର ୧୫ଟି ଗୋଟିଏ ଟାୱାର ଉପରେ ଭରସା କରନ୍ତି ଯାହା ଫଳରେ ଉକ୍ତ ଟାୱାରଟି ବର୍ଷା ପବନ ହେଲେ ନେଟୱର୍କ କଟି ଯିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଉଛି । ଏପରିକି ବିଭିନ୍ନ ସମୟରେ ନେଟୱର୍କ ଭଲଭାବରେ ରହୁ ନଥିବା ଇଂଟରନେଟ ଚାଲୁ ନଥିବା ଯୋଗୁଁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡୁଛି । ତେଣୁ ଏଠାରେ ଏକ ନୂତନ ମୋବାଇଲ ଟାୱାର ବସାଇବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ