ଦମ୍ପତିଙ୍କୁ ମାରଣାତ୍ମକ ଆକ୍ରମଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ସାନଶାସନ ପଞ୍ଚାୟତ ଵଡକଣ୍ଟାପଡା ଠାରେ ସ୍ଵାମୀ ସ୍ତ୍ରୀ ଦ୍ଵୟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗ୍ରାମର ଭାଗିରଥି ଓଝା ଓ ତାଙ୍କ ପତ୍ନୀ ରାଧାରାଣୀ ଆଜି ସକାଳ ୮.୩୦ମିନିଟ ସମୟରେ ଶାଗ କିଆରୀକୁ ଆବଦ୍ଧ କରୁଥିଲେ। ଏହି ସମୟରେ ଅପରପକ୍ଷ ପ୍ରଭାକର ଓଝା, ପ୍ରଫୁଲ୍ଲ ଓଝା ଓ ଧନ ଓଝା ସେଠାରେ ପହଞ୍ଚି ଦମ୍ପତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ଦୁହେଁ ଯାକ ଜୀବନ ବିକଳରେ ଭଣ୍ଡାରିପୋଖରୀକୁ ଆସି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଚିକିତ୍ସା ହୋଇଥିଲେ। ପରେ ଏନେଇ ଆକ୍ରମଣର ଶିକାର ହୋଇଥିବା ଭାଗିରଥି ଓ ତାଙ୍କ ପତ୍ନୀ ପୁଲିସ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିବା ବେଳେ ରାଧାରାଣୀ ଆକ୍ରମଣ କାରୀଙ୍କ ନାମରେ ଲିଖିତ ଭାବେ ଜଣାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ