ଦମ୍ପତ୍ତିଙ୍କୁ ହତ୍ୟା ଘଟଣା, ଆଉ ୩ଜଣଙ୍କୁ ଅଟକ ରଖି ପଚରା ଉଚୁରା

ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା କେ ବାଲିପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କ ହତ୍ୟା ଘଟଣାକୁ ୫ଦିନ ବିତିଥିବାବେଳେ ପୁଲିସ ହାତରେ ସେପରି ଠୋସ ପ୍ରମାଣ ମିଳିପାରିନି । ଏହି ଜଘନ୍ୟ ହତ୍ୟା ଘଟଣାରେ ପୁଲିସ ଗତକାଲି ସୁଧା ୭ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବାବେଳେ ଆଜି ଆଉ ତିନିଜଣଙ୍କୁ ଆଣି ଅଟକ ରଖିଛି । କେନ୍ଦୁଝର ଅତିରିକ୍ତ ଏସପି, କେନ୍ଦୁଝର ଏସଡିପିଓ ଓ ଆନନ୍ଦପୁର ଏସଡିପିଓ ପ୍ରମୁଖ ସୋସୋ ଥାନାରେ ଉପସ୍ଥିତ ରହି ସନେ୍ଦହରେ ଅଟକ ଥିବା ଲୋକମାନଙ୍କୁ ପଚରା ଉଚୁରା କରୁଥିବା ଜଣାଯାଇଛି । ପୁର୍ବରୁ ପୁଲିସ ଘଟଣାସ୍ଥଳରୁ କେବଳ ସାଇଣ୍ଟିଫିକ ଟିମ ତଦନ୍ତ ସମୟରେ ଏହି ହତ୍ୟାକାଣ୍ଡ ରେ କିଏ କିଏ ସମ୍ପୃକ୍ତ ଓ ହତ୍ୟାର କାରଣ କଣ ସେନେଇ ପୁଲିସ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ସୁଚନା ଦେଉ ନାହିଁ । ପୁର୍ବତନ ସରପଞ୍ଚ ରମ୍ଭାପାତ୍ର ଜଣେ ସାଧାରଣ ମହିଳା ହୋଇଥିବାବେଳେ ତାଙ୍କ ସ୍ୱାମୀ ନିରଞ୍ଜନ ଜଣେ ଗ୍ରାମରକ୍ଷୀ ଥିବାରୁ ତାଙ୍କର କିଛି ଲୋକଙ୍କ ସହିତ ଶତ୍ରୁତା ଥାଇପାରେ ବୋଲି ଆଲୋଚନା ହେଉଛି । ପୁଲିସ କେଉଁଦିନ ହତି୍ୟାକାରୀଙ୍କ ନିକଟରେ ପହଞ୍ଚି ହତ୍ୟାର କାରଣ ଉନ୍ମୋଚନ କରିବ ସେନେଇ ସମସ୍ତ ଅଞ୍ଚଳବାସୀ ଚାହିଁ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ