‘ଦରଘା ମଇଦାନ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ’୧୦ରୁ
ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରତିବର୍ଷ ଭଳି ‘ଦରଘା ମଇଦାନ ପ୍ରିମିଅର ଲିଗ’ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସ୍ଥାନୀୟ ହୋଟେଲ ମା’ ଇଂଣ୍ଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଟିମ ଓ ଖେଳାଳି ଚୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ମାସ ୧୦ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଟିମ୍ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଟିମ୍ ୫ଟି ଲେଖାଏଁ ମ୍ୟାଚ ଖେଳିବା ସହ ପଲଣ୍ଟ ଆଧାରରେ ସେମିଫାଇନାକୁ ଉତ୍ତୀର୍ଣ୍ଣ ହେବେ । ୨୦ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।ଏଥିରେ ୬ଜଣ ପୃଷ୍ଠପୋଷକ ଭାବେ ନିଜ ନିଜ ଟିମ ଗଠନ କରିଛନ୍ତି । ବାଲେଶ୍ୱର ସହର ତଥା ଆଖପାଖ ଅଂଚଳର ଉଦୀୟମାନ କ୍ରିକେଟ ଖେଳାଳିଙ୍କୁ ବିଭିନ୍ନ ଟିମରେ ସାମିଲ କରାଯାଇଛି । ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣ କରୁଥିବା ଟିମ୍ଗୁଡିକ ହେଲେ ଶେଖ ଫୁରକାନଙ୍କ ମମିଜ ବୟେଜ୍, ଶେଖ ସାହିଲଙ୍କ ଆୟାତ କୁଇନ, ଶେଖ ବିଟ୍ଟୁଙ୍କ ‘ସୁପର ଇଲେଭେନ’, ଶେଖ ନିୟାଜୁଙ୍କ ‘ରୁହାନ ଫାଇଟର’, ଶେଖ ସବିରଙ୍କ ‘ରୟାଲ ଇଲେଭେନ’, ଶେଖ ନିଜାମୁଦ୍ଦିନଙ୍କ ‘ଜିଦ୍ଦି ଫାଇଟର’ା ବିଗତ ୬ ବର୍ଷ ଧରି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରୁ ବହୁ ଖେଳାଳି ଚୟନ ହୋଇ ଜିଲାସ୍ତରୀୟ ଓ ରାଜ୍ୟସ୍ତରୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି ବୋଲି ଆୟୋଜକ କମିଟି କର୍ମକର୍ତ୍ତାମାନେ କହିଛନ୍ତି । ବାଲେଶ୍ୱରର କ୍ରକେଟ ଖେଳାଳିଙ୍କୁ ଆପିଏଲ ଢାଞ୍ଚାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବା ସୁଯୋଗ ସୃଷ୍ଟି କରିବା ଦରଘା ମଇଦାନ ପ୍ରିମିଅର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନର ମୂଳ ଲକ୍ଷ୍ୟ ବୋଲି ସେମାନେ କହିଛନ୍ତି । କରୋନା ସଂକ୍ରମଣ ଜନିତ କଟକଣା ପାଇଁ ବିଗତ ଦୁଇବର୍ଷ ଧରି ଏହା ବନ୍ଦ ଥିବା ବେଳେ କଟକଣା କୋହଳ ହେବା ପରେ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବା ସେମାନେ ସୂଚନା ଦେଇଛନ୍ତି ।


