ଦରତାଲିକା ପ୍ରକାଶ କଲେ ରଥଯାତ୍ରା କମିଟି ଓ ପୌରପରିଷଦ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଭିଡ ଜମୁଥିବାର ଦେଖିବାକୁ ମିଳୁଛି । ଏଥିରେ ମୁଖ୍ୟତଃ ସହରର ଆଖପାଖ ଅଞ୍ଚଳ ବିଶେଷ କରି ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତବା ଶ୍ରଦ୍ଧାଳୁମାନଙ୍କ ସମାଗମ ହେଉଛି । ଦୈନିକ ହଜାର ହଜାର ସଂଖ୍ୟାରେ ଲୋକେ ଆସୁଛନ୍ତି ହେଲେ କିଛି ଅସାଧୁ ବ୍ୟବସାୟୀ ତଥା ଲାଭଖୋର ମନବୃତ୍ତି ରଖୁଥିବା ଲୋକେ ନିର୍ଦ୍ଧାରିତ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକା ଟଙ୍କା ଅସୁଲ କରୁଥିବାର ଲକ୍ଷ୍ୟ କରି ରଥଯାତ୍ରା କମିଟି ଓ ପାରଳା ପୌରପରିଷଦ ପକ୍ଷରୁ ବିଭିନ୍ନ ଦର ନିର୍ଦ୍ଧାରିତ କରି ସର୍ବ ସାଧାରଣଙ୍କୁ ଅବଗତି ନିମନ୍ତେ ଦର ତାଲିକା ପ୍ରକାଶ କରି ବ୍ୟାନେର ଓ ପୋଷ୍ଟର ମାଧ୍ୟମରେ ସୂଚାଇ ଥିବାର ଲକ୍ଷ୍ୟ କରାଯାଇଛି । ମୀନା ବଜାର ଲାଗି ଯଥା ରାମ ଦୋଳିପାଇଁ ୫୦ଟଙ୍କା, ମୋତକା କୁଆଁ ପାଇଁ ୫୦ଟଙ୍କା ଡ୍ରାଗନ ଟ୍ରେନ ପାଇଁ ୫୦ଟଙ୍କା, ବ୍ରେକ ଡ୍ୟାନ୍ସ ପାଇଁ ୫୦ ଟଙ୍କା, ମ୍ୟାଜିକ୍ ସୋ ପାଇଁ ୫୦ଟଙ୍କା, ଶିଶୁ ମାନଙ୍କ ପାଇଁ ପ୍ରଦର୍ଶ ଓ ଖେଳ ପ୍ରତି ୨୦ଟଙ୍କା ଦର ନିର୍ଦ୍ଧାରିତ ହୋଇଥିବା ବେଳେ ପୌରପରିଷଦର ସ୍ଥଳରେ କରିଥିବା ଉଠା ଦୋକାନୀ ମାନେ ତଥା ନଡିଆ, କଦଳୀ, ଫୁଲ, ବେଲୁନ ଇତ୍ୟାଦି ଦୋକାନ ଦିନକୁ ୨୫ଟଙ୍କା ଟିକସ ପ୍ରଦାନ କରିବେ । ସେହିପରି ଚଣା, ଖଜରା, ମିଠା ଦୋକାନୀମାନେ ଦିନକୁ ୫୦ଟଙ୍କା, ପ୍ଲେଟ, କପ୍‌, ଘର ବ୍ୟବହାର ହେଉଥିବା ଇତ୍ୟାଦି ଜିନିଷ ବିକ୍ରି କରୁଥିବା ଛୋଟ ଦୋକାନୀ ମାନେ ଦୈନିକ ୧୦୦ଟଙ୍କା ବଡ ଦୋକାନୀ ମାନେ ୨୦୦ଟଙ୍କା ଟିକସ ବାବଦରେ ପୈଠ କରିବେ । ସେହିଭଳି ଖାଦ୍ୟ ଜିନିଷ ତଥା ଚାଟ, ଆଇସକ୍ରିମ୍‌, ଜଳଖିଆ, କେକ୍ ଆଦି କରିଥିବା ଛୋଟ ଦୋକାନୀ ମାନେ ୧୦୦ଟଙ୍କା ଏବଂ ବଡ ଦୋକାନୀ ମାନେ ୨୦୦ଟଙ୍କା ଟିକସ ବାବଦକୁ ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି । ଏହି ନିର୍ଦ୍ଧାରିତ ଦର ଠାରୁ କେହି ଅଧିକା ନେଲେ ତୁରନ୍ତ ସୂଚନା ଦେବା ପାଇଁ ଉଭୟ ସାଧାରଣ ଓ ଦୋକାନୀମାନଙ୍କୁ ସଚେତନତା କରାଯାଇଛି । ଅନ୍ୟପକ୍ଷରେ ଏସବୁ ଦର ତଥା ଟିକସ ତାଲିକା ପ୍ରକାଶ କରାଯାଇଥିଲେ ମଧ୍ୟ ଠିକା ନେଇଥିବା ଠିକାଦାର ଙ୍କ ଅସୁଲକାରୀମାନେ ଛୋଟ ଦୋକାନୀ ଠାରୁ ନିର୍ଦ୍ଧରିତ ଦର ଠାରୁ ୫ଗୁଣା ଅଧିକ ଟିକସ ନେଉଥିବାର ଅଭିଯୋଗ ମଧ୍ୟ ହୋଇଛି । ତେଣୁ ଦର ଓ ଟିକସ ଧାର୍ଯ୍ୟ କଲେ ମଧ୍ୟ ଏଥିପ୍ରତି ପୌରପରିଷଦ ଓ ରଥ କମିଟି ତୀକ୍ଷଣ ଦୃଷ୍ଟି ଦେବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କେତେକ ଦୋକାନୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ