ଦରବୃଦ୍ଧି ଓ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ସି.ପି.ଆଇ.ର ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଦରବୃଦ୍ଧି ଓ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କୁ ଏକ ପାଞ୍ଚଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବିଦ୍ୟୁତ ପରିଚାଳନାରେ ଅପରିଣାମଦର୍ଶୀତା ଫଳରେ ସରକାର ଓଏସଇବିକୁ ଭାଙ୍ଗି ନେଷ୍କୋ, ୱେଷ୍କୋ, ସାଉଥକୋ ଓ ସେଷ୍କୋ ଆଦି ଚାରି ଭାଗରେ ବିଭକ୍ତ କରିବା ସହିତ ଏହାର ପରିଚାଳନା ଦାୟୀତ୍ୱ ବିଦେଶୀ ଓ ଦେଶୀ କମ୍ପାନୀମାନଙ୍କୁ ଦେଇଥିଲେ । ମାତ୍ର ସେମାନେ ବିଦ୍ୟୁତ କ୍ଷେତ୍ରରେ ବିକାଶ ଓ ସୁପରିଚାଳନା ନକରି କୋଟିକୋଟି ଟଙ୍କା ନେଇ ଚାଲିଗଲେ । ଏବେ ଟାଟା କମ୍ପାନୀ ବିଦ୍ୟୁତ ପରିଚାଳନା ଭାର ନେଉ ନେଉ ବିଦ୍ୟୁତ ଶୁଳ୍କ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ସାଧାରଣ ଉପଭୋକ୍ତାଙ୍କ ଉପରେ ଅତ୍ୟଧିକ ଜୋରିମାନା ବଢାଇ ଚାଲିଛନ୍ତି । ଆମ ଦେଶରେ “ସବକା ସାଥ ସବକା ବିକାଶ”ର ନାରା ଦେଉଥିବା ବିଜେପି ନେତୃତ୍ୱାଧିନ ନରେନ୍ଦ୍ର ମୋଦୀ ସରକାର ଆଜି ପେଟ୍ରୋଲ, ଡିଜେଲ, ଡାଲି, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଟାଟା କମ୍ପାନୀ ଠାରୁ ପରିଚାଳନା ଭାର ହଟାଯାଇ ପୁନଃ ଓଏସଇବିକୁ ଚାଲୁ କରାଯିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସମେତ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରାଯିବା, କେନ୍ଦ୍ରାପଡା ଦେଇ ଯାତ୍ରୀବାହୀ ରେଳ ଚାଲୁ କରାଯିବା, ନୂତନ କୃଷି ଆଇନକୁ ତୁରନ୍ତ ବାତିଲ କରାଯିବା ଓ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ବାତିଲ କରାଯିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସି.ପି.ଆଇ.ର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ବାବାଜୀ ଧଳ, ବିକାଶ ଚନ୍ଦ୍ର ବେଉରା,ତ୍ରିଲୋଚନ ସ୍ୱାଇଁ, ସୁହାନା ବେଗମ, ସଂଯୁକ୍ତା ରାଉତ, ମଙ୍ଗୁଳି ଚରଣ ଦାସ, ପ୍ରମୋଦ କୁମାର ସାମନ୍ତରାୟ, କୁଞ୍ଜବନ ଖଟୁଆ, ଦାମୋଦର ମଲିକ, ପ୍ରଦୀପ ବେହେରା, ଗୈାରାଙ୍ଗ ଚରଣ ବେହେରା, ଜୀତେନ୍ଦ୍ର ସିଂ, ନିରଞ୍ଜନ ଦାସ, ଅକ୍ଷୟ କୁମାର ବେହେରା, ନନ୍ଦିନୀ ସ୍ୱାଇଁ, ଭାରତୀ ବେହେରା, ସନ୍ତୋଷ କୁମାର ଦାସ, ପ୍ରଦ୍ୟୁଷ ରଞ୍ଜନ ବେଉରା, ଜ୍ୟୋତିରଞ୍ଜନ ବେଉରା, ଆହ୍ୱାନ ରାଉତରାୟ, ବାସୁଦେବ ନାୟକ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ