ଦରବୃଦ୍ଧି ବିରୋଧର ବିଜେଡ଼ିର ରଣ ହୁଙ୍କାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଦେଶରେ ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ପ୍ରତିବାଦ କରି ବିଜୁ ଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ବିଜୁମହିଳା, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୁଧବାର ଏକ ଗଣ ଧାରଣା, ବିକ୍ଷୋଭ ଶୋଭଯାତ୍ରା ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ରାଜ୍ୟ ମହିଳା ଦଳ ର ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ନେତୃତ୍ବ ରେ ସାନଖେମୁଣ୍ଡି ବ୍ଲକ ବିଜୁଜନତା ଦଳ ସଭାପତି ନୀଳମାଧବ ରାଉତ ଙ୍କ ସଂଯୋଜନା ରେ ପାଟପୁର ଗାନ୍ଧିଛକ ରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସାନଖେମୁଣ୍ଡି ବ୍ଲକ ସାମ୍ନାରେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ତୀବ୍ର ବିରୋଧ କରିବା ସହ କର୍ଯ୍ୟାଳୟ ନିକଟରେ ବିକ୍ଷୋଭ,ପ୍ରତିବାଦ ପ୍ରଦର୍ଶନ କରିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି l କାର୍ଯ୍ୟକ୍ରମ ରେ ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ,ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱାଇଁ ,ସହଦେବ ପ୍ରଧାନ,ଧୋବା ସ୍ୱାଇଁ ବିଜୟ କୁମାର ଭୂୟାଁ, ଜଗନ୍ନାଥ ପାତ୍ର,ବିଜୟ ପ୍ରଧାନ,ବିନୋଦ ପ୍ରଧାନ, ସନ୍ତୋଷ କୁମାର ବିଷୋୟୀ,ଅମିନ ପ୍ରଧାନ, ସୋମନାଥ ପାତ୍ର, ଅଶୋକ ସାବତ,କୈଳାସ ପାତ୍ର, ଗୋପାଳ ରାଉଳ,ସଞ୍ଜୟ ରାଉତ, ଙ୍କ ସମେତବିଜେଡି ଦଳର ବହୁ କର୍ମୀ ମାନେ ଯୋଗଦେଇଥିଲେ ।


