ଦରମା ଟଙ୍କା ନପାଇ ଲିଖତ ଅଭିଯୋଗ କଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ
ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା): ବାଙ୍ଗିରିପୋଷି ବ୍ଳକରେ ଏକ୍ସ କେଡର ଶିକ୍ଷକ ଓ ଶିକ୍ଷୟିତ୍ରୀ ୮୪ ଜଣ ଥିବା ବେଳେ ସେମାନେ ଜାନୁୟାରୀ ମାସର ଦରମ ଟଙ୍କା ଆଜି ପ୍ରଯ୍ୟନ୍ତ ପାଇ ନ ଥିବାରୁ ଶିକ୍ଷକ ସଂଘ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।ଏପରିକି ସେମାନଙ୍କ ଦରମ ଟଙ୍କା ପ୍ରଦାନ କରାଯାଉ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପାତ୍ର ଙ୍କୁ ତା ୫,୨,୨୦୨୫ ରିଖ ରେ ଏକ ଲିଖିତ ଅଭିଯୋଗ ଜଣାଇଥିଲେ। କିନ୍ତୁ ସେମାନଙ୍କର ଅଭିଯୋଗ ପରେ ମଧ୍ୟ ଦରମା ଟଙ୍କା ନ ମିଳିବାରୁ ଶିକ୍ଷକ ସଂଘ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଛି।ଶିକ୍ଷକ ମହାସଂଘ ପକ୍ଷରୁ ସୋମବାର ପୁଣି ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି ଯେ ଶିବ ରାତ୍ରୀ ପୁର୍ବରୁ ଦରମା ଟଙ୍କା ନ ମିଳିଲେ ସେମାନେ ସମସ୍ତେ କଳା ବ୍ୟାଚ ପିନ୍ଧି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବେ ବୋଲି କହିଛନ୍ତି।ଏକ ମାସର ଦରମା ଟଙ୍କା ନ ମିଳି ଥିବାରୁ ଘର ଚଳନୀୟ ବ୍ୟବସ୍ଥା ରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶିକ୍ଷକ ସଂଘ କହିଛନ୍ତି।ଏ ବାବଦରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପାତ୍ର କୁହନ୍ତି ତାଙ୍କ ଦରମା ଟଙ୍କା ଜିଲ୍ଲା କାର୍ଯ୍ୟାଳୟ ଆସି ଯାଇଛି ଖୁବଶିଘ୍ର ଏହାର ସମାଧାନ ହୋଇ ଦରମା ପ୍ରଦାନ କରାଯିବ। ସଂଘର ସଭାପତି ଲକ୍ଷ୍ମଣ ବିଶାଳ ମୁର୍ମୁ, ସଂପାଦକ ରତିକାନ୍ତ ମହାନ୍ତ,ଶିକ୍ଷକ ପ୍ରଶ୍ନ ମଣ୍ଡଳ,ଠାକୁରା ମୁର୍ମୁ, ସନ୍ତୋଷ କୁମାର ଗିରି, ରାମଦାସ ସୋରେନ୍, ଚନ୍ଦ୍ର ମୋହନ ସୋରେନ,ଠାକୁରା ମୁର୍ମୁ, ସୁଜାତା ଗିରି, ପ୍ରଦୀପ କୁମାର ପାତ୍ର ଗୁରୁବାରି ସିଂ କୁହନ୍ତି ଦରମା ଟଙ୍କା ନ ମିଳିବା ପ୍ରଯ୍ୟନ୍ତ ଆମେ ସମସ୍ତେ କଳାବ୍ୟାଚ ପିନ୍ଧି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବୁ ବୋଲି କହିଛନ୍ତି