ଦରମା ଦାନ କଲେ ପ୍ରଧାନ ଶିକ୍ଷୟତ୍ରୀ

ଭଞ୍ଜନଗର (ସନ୍ତୋଷ କୁମାର ଜେନା): କରୋନାର ମୁକାବିଲା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜନସଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ଏବେ ସମସ୍ତଙ୍କର ଚିନ୍ତା ବଢ଼ଢାଇଛି। ଏଥି ନିମନ୍ତେ ବହୁ ନୂତନ ମେଡିକାଲ ଖୋଲିବା ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ବହୁ ସଙ୍ଗଠନ, ବଦାନ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର କର୍ମଚାରୀ ମାନେ ନିଜର ଅକୁଣ୍ଠ ସାହାଯ୍ୟ ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ ମଜବୁତ କରି ଦେଶର ଏହି ବିପତ୍ତି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି। ସେହିପରି ଆଜି ଭଞ୍ଜନଗର ସହରର ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ମହାପାତ୍ର ଙ୍କ ଧର୍ମପତ୍ନୀ ତଥା ବେଳଗୁଣ୍ଠା ବ୍ଲକ ପାଟୁଳି ସାହି ପି.ୟୁ.ପି.ଏସ ର ପ୍ରଧାନ ଶିକ୍ଷୟତ୍ରୀ ଉଷାରାଣୀ ପାଠୀ ନିଜର ଏକ ମାସର ଦରମା ବାବଦରେ ୩୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ସାକ୍ଷାତ କରି ଶ୍ରୀମତୀ ପାଠୀ ଏହି ଚେକ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ