ଦରମା ନ ମିଳିବା ରୁ ବିଧାୟକ ଙ୍କୁ ଭେଟିଲେ ଛତ୍ରପୁର ବ୍ଲକ ଶିକ୍ଷକ ସଂଘ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅଗଷ୍ଟ-୨୦୨୪ ମାସ ର ଶିକ୍ଷକ ମାନଙ୍କୁ ଦରମା ନ ମିଳିବା ନେଇ ଛତ୍ରପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ l ବିଧାୟକ ଶ୍ରୀ ନାୟକ ଗଞ୍ଜାମ ଜିଲ୍ଲାପାଳ ସହ ପୂର୍ବରୁ ଆଲୋଚନା କରିଥିବା କଥା ସୂଚନା ଦେଲେ l ଶିକ୍ଷକ ସଂଘର ସ୍ମାରକ ପତ୍ର ଗ୍ରହଣ କରି ଏହାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରେରଣ କରିବାସହ ଅତିଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଲେ l ପ୍ରକାଶଥାଉକି ଛତ୍ରପୁର ବ୍ଲକର ବିଇଓ ସୀତାରାମ ପାତ୍ର ଭିଜିଲାନ୍ସ ମାମଲା ରେ ଜଡିତ ହୋଇ ଗତ ୩୧/୮/୨୪ ଠାରୁ ଅଫିସ ଆସିନାହାନ୍ତି , ସେପ୍ଟେମ୍ବର ୧ ତାରିଖ ରେ ଗିରଫ ହୋଇଥିଲେ, ଯଦ୍ୱାରା ଛତ୍ରପୁର ବ୍ଲକର ସମସ୍ତ ବର୍ଗ ର ଶିକ୍ଷକ ମାନଙ୍କ ଦରମା ମିଳିନାହିଁ, ଅବସର ନେଇଥିବା ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା, ସମଗ୍ର ଶିକ୍ଷାର ବିଭିନ୍ନ ତାଲିମ୍ ହେବାରେ ଅସୁବିଧା ହେଉଛି, ଆଜି ବିଧାୟକ ଙ୍କ ସହ ଆଲୋଚନା ବେଳେ ଶିକ୍ଷକ ବିଷ୍ଣୁ ନାରାୟଣ ପଣ୍ଡା, କୃଷ୍ଣ ଚନ୍ଦ୍ର ଦାସ, ସୁରେଶ କୁମାର ମହାନ୍ତି, ମିଳିତ ଶିକ୍ଷକ ସଂଘ ସଭାପତି ରବିନାରାୟଣ ବେହେରା,ବିଭୁପ୍ରସାଦ ଶତପଥି, ବରିଷ୍ଠ ଶିକ୍ଷକ ପଞ୍ଚାନନ ରଥଓ କୈଳାଶ ବେହେରା, ନିରଞ୍ଜନ ପ୍ରଧାନ, ପି ଭେଙ୍କେଟେଶ୍ୱର, ରାମଚନ୍ଦ୍ର ପ୍ରଧାନ, ବିନୋଦ ଚନ୍ଦ୍ର ସେଠି, ପିତାମ୍ବର ବେହେରା, ସୁବୋଧ ଚନ୍ଦ୍ର ରାଉତ, ସି ଆର ସିସି ନିର୍ମଳ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ