ଦରମା ବୃଦ୍ଧି କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଦାବିପତ୍ରପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅମଲା ଙ୍କ ବେତନ ବୃଦ୍ଧି ନେଇ ସରକାରଙ୍କ ଉଦାସନିତା ରହିଛି, କନିଷ୍ଠ ସହାୟକଙ୍କ ଯୋଗ୍ୟତା ଭିତ୍ତିରେ ଲେଭେଲ-୯କୁ ଦରମା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସମେତ ବିଭିନ୍ନ ଦାବୀ ନେଇ ରାଜ୍ୟ ମିଳିତ ମଞ୍ଚ ଡାକରା ରେ ବୁଧବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଆନ୍ଦୋଳନ କୁ ଓଲ୍ଲାଇବେ l ଏନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି l ସମସ୍ତ ଜିଲ୍ଲାର ଅମଲାମାନେ ନିର୍ଯ୍ୟାତିତ ଅବସ୍ଥାରେ ନିଜର ଚାକିରିକାଳ କରି ଜୀବନ ବିତାଉଛନ୍ତି ବୋଲି ମିଳିତ ଅମଲା ମଞ୍ଚ ପକ୍ଷରୁ ଉଦ୍‌ବେଗ ଓ କ୍ଷୋଭ ପ୍ରକାଶ ପାଇଛି । ଏହି ଆନ୍ଦୋଳନ ରେ ଜିଲ୍ଲା ଅମଲା ମିଳିତ ମଞ୍ଚ ର ଚ୍ୟାୟରମ୍ୟାନ ଉଦୟ ଦାଶ, ଆବାହକ ଡ଼ି. ଦିଲେଶ୍ଵର ରେଡ୍ଡୀ,ଓଡିଶା ରାଜସ୍ୱ ଅମଲା ସଂଘ ର ରାଜ୍ୟ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା,ଜିଲ୍ଲା ସଭାପତି ଡ଼ି. ରଜନୀ, ସାଧାରଣ ସମ୍ପାଦକ କୃପାସିନ୍ଧୁ ସ୍ୱାଇଁଙ୍କ ସମେତ ଶତାଧିକ ଅମଲା ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ