ଦରିଦ୍ର ମଣିଷର ବନ୍ଧୁ ଏ.ଆଇ.ଟି.ୟୁ.ସି. ନେତା ଅରୁଣ ରାଉତଙ୍କ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରାକ୍ତନ ଶିକ୍ଷକ, ସାମ୍ବାଦିକ, ଏ.ଆଇ.ଟି.ୟୁ.ସି. ନେତା ତଥା କଳାକାର ପ୍ରୟାତ ସାଥି ଅରୁଣ କୁମାର ରାଉତଙ୍କ ବିୟୋଗରେ ଏକ ସ୍ମୃତିସଭା ସାଥି ଭଜହରି ପ୍ରଧାନଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ ପ୍ରୟାତ ସାଥିଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ ନିରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଆଇଟିୟୁସିର ରାଜ୍ୟ ନେତା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ସ୍ୱର୍ଗତ ରାଉତଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଦରିଦ୍ର ମଣିଷଙ୍କ ପାଇଁ ସେ ଦେବତୁଲ୍ୟ ଥିଲେ ବୋଲି ଅଭିବ୍ୟକ୍ତି କରିବା ସହିତ ନିଜେ ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ରୋଗୀ ସେବା ଠାରୁ ଆରମ୍ଭ କରି କଳା ନିର୍ଦେଶକ, ଶିକ୍ଷକ ବୃତ୍ତିକୁ ଆପଣାଇ ପ୍ରଧାନ ଶିକ୍ଷକ, ସାମ୍ବାଦିକ ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ସେ ତାଙ୍କ ପଦଚିହ୍ନ ଛାଡି ଯାଇଛନ୍ତି । ମାତ୍ର ୫୩ବର୍ଷ ବୟସରେ ତାଙ୍କ ବିୟୋଗ ସମାଜ ଏବଂ ସଂସାର ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ସ୍ମୃତି ସଭାରେ ସାଥି କାନ୍ତିପ୍ରଭା ନାୟକ, କୃଷକନେତା ସାଥି ଭଜହରି ପ୍ରଧାନ, କ୍ଷେତ ମୂଲିଆ ଜିଲ୍ଲା ସମ୍ପାଦକ ସାଥି ଅକ୍ଷୟ ମଲ୍ଲିକ, ବିଶିଷ୍ଟ ନାରୀ ନେତ୍ରୀ ସଂଯୁକ୍ତା ରାଉତ, ସାଥି ଅଜୟ ସାମଲ, ସାଥର ସୁକାନ୍ତି ବେହେରା, ସାଥି ନନ୍ଦିନୀ ସ୍ୱାଇଁ, ସାଥି ସରସ୍ୱତୀ ସ୍ୱାଇଁ, ନନ୍ଦିନୀ ସ୍ୱାଇଁ, ମାନିନୀ ମଲିକ, ସଶ୍ମିତା ବାରିକ, ରେଣୁବାଳା ସେଣ, କନକମଞ୍ଜରୀ ସ୍ୱାଇଁ, ମମତା ମଲିକ, ସ୍ନେହଲତା ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।