ଦର୍ଶନଶାସ୍ତ୍ର ବିଭାଗରେ ବିଦାୟ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର: ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ତରଫରୁ ତୃତୀୟବର୍ଷ କଳା ସମ୍ମାନ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି । ଏଥିରେ ବିଭାଗର ସଂଯୋଜକ ଡଃ ଜ୍ଞାନରଞ୍ଜନ ମହାନ୍ତି ଛାତ୍ରଛାତ୍ରୀଙ୍କୁ ଦର୍ଶନ ବିଦ୍ୟା ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଭାଗର ପୂର୍ବତନ ମୁଖ୍ୟ ଡଃ ହରିଶ୍ଚନ୍ଦ୍ର ସାହୁ ବିଦାୟୀ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ବିଗତ ଦିନରେ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସୂ•ରୁ ଭାବରେ ତୁଲାଇଥିବା ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ଅତିଥି ଅଧ୍ୟାପିକା ପ୍ରିୟଙ୍କା ଜେନା, ସନ୍ଧ୍ୟାରାଣୀ ଦାସ ଓ ପ୍ରଦ୍ୟୁମ୍ନ କୁମାର ବେଉରା ସାଧୁବାଦ ଜଣାଇଥିଲେ । ଉତ୍ସବରେ ସମ୍ପାଦକ ଅବିନାଶ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସୁଶ୍ରୀ ପୂର୍ଣ୍ଣିମା ପ୍ର୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବକୁ ଏସ୍. କଲ୍ୟାଣୀ ରେଡ୍ଡି ଓ ଶୁଭସନ୍ଧ୍ୟା ଓଝା ପରି•ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ