ଦର୍ଶନିୟ ସ୍ଥାନ ପରିଦର୍ଶନ କରାଇ ଶିଶୁଙ୍କ ମୁହଁରେ ହସ ଫୁଟାଇଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନକୁ ନେଇ ଗଂଜାମ ଜିଲ୍ଲାର ବିଭିନ୍ନ ଦର୍ଶନିୟ ସ୍ଥାନ ପରିଦର୍ଶନ କରାଇ ଶିଶୁଙ୍କ ମୁହଁ ରେ ହସ ଫୁଟାଇଲା ଜିଲ୍ଲା ପ୍ରଶାସନ ଗଜପତି. ଗତ ୧୧.୧୨.୨୦୨୨ ରିଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶୀ ଜଗନ୍ନାଥ ନିକେତନ, ବିବେକାନନ୍ଦ,ପ୍ରାଉଡ ଓ ନିସାନ ସାଲେମ ହୋମର 50ରୁ ଉର୍ଦ୍ଧ ପିତୃ ମାତୃ ହୀନ ଶିଶୁ ଙ୍କୁ ଏକ ବସ ଯୋଗେ ଗଂଜାମ ଜିଲ୍ଲାକୁ ନିଆଯାଇ ସେଠାରେ ଥିବା ପ୍ରସିଦ୍ଧ ସ୍ଥାନ ତାରା ତାରିଣି ମଂଦିର, ଗୋପାଳପୁର ସମୁଦ୍ର କୂଳ, ତାପଂରା ହ୍ରଦ ଓ ରାମଲିଙ୍ଗେଶୂର ପାର୍କ ଆଦି ସ୍ଥାନ ଦିନସାରା ବୁଲି ଦେଖି ବେଶ ଆନଂଦୀତ ହୋଇଛନ୍ତି ଏହି ଶିଶୁ ମାନେ. ପ୍ରକାଶଥାଉକି ଜିଲ୍ଲାପାଳ ଗଜପତି ଙ୍କ ଗଂଜାମ ଜିଲ୍ଲାପାଳକୁ ଅନୁରୋଧକ୍ରମେ , ଗଞାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଜିଲ୍ଲା ପ୍ରଶାସନ ଗଞାମ ଏହି ପିଲା ମାନଙ୍କୁ ସପୂର୍ଣ୍ଣ ସହଯୋଗ କରିଥିଲେ ଉକ୍ତ ଜାଗାସବୁ ବୁଲିବାରେ ।ବିଶେଷକରି ଶିଶୁମାନେ ରାମଲିଗେଂଶର ୱାଟର ଡାନସ ଦେଖି ବହୁତ ଉଲ୍ଲାସିତ ହୋଇଥିଲେ ।


