ଦର୍ଶନୀୟ ସ୍ଥାନ ତପ୍ତପାଣିର ଉନ୍ନତି କରଣ ସକାଶେ ଜ଼ିଲ୍ଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜ଼ିଲ୍ଲାର ଉଷ୍ମପ୍ରବଣ ଜଳଉତ୍ସ ଅଞ୍ଚଳ ତପ୍ତପାଣିର ଉନ୍ନତି କରଣ ସକାଶେ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱ ଆରୋପ କରିଛନ୍ତି ଓ ଜ଼ିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆଜି ମଙ୍ଗଳବାର ତପ୍ତପାଣି ଗସ୍ତ କରି ସେଠାରେ ରହିଥିବା ପ୍ରାକୃତିକ ପରିବେଶର ସୁରକ୍ଷା ସମେତ ଏହାର ପାରିପାର୍ଷିକ ଅଞ୍ଚଳର ସୌନ୍ଦର‌୍ୟ୍ୟ କରଣ ଓ ଉନ୍ନତି କିଭଳି ହୋଇପାରିବ ସେଥି ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି ଓ ତପ୍ତପାଣି ମନ୍ଦିରର ଉନ୍ନତି କରଣ, ଜନସାଧାରଣ ମାନଙ୍କ ନିମନ୍ତେ ଉତ୍ତପ୍ତ ଜଳ ଗାଧୋଇବା ସକାଶେ ସୁବ୍ୟବସ୍ଥା, ବଗିଚା ନିର୍ମାଣ, ଉକ୍ତ ଅଞ୍ଚଳର ଆଲୋକିକରଣ ଇତ୍ୟାଦି ସକାଶେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଏହା ସରକାରଙ୍କ ନିକଟକୁ ଅନୁମୋଦନ କ୍ରମେ ଉକ୍ତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ଓ ଜ଼ିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଉପଜ଼ିଲ୍ଲାପାଳ ୱ୍ବି. କୀର୍ତ୍ତି ୱ୍ୱାସନ, ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ