ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେସ ବଣ୍ଟନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକର ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯେତା ଓ ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପରିଚାଳନା କମିଟିର ଅଧ୍ୟକ୍ଷ ଚକ୍ରଧର ହୋ, ସଦସ୍ୟ ପାଗଳ ନାୟକ, ଲଦର ହୋ, ସୁରେଶ ନାୟକ, ଅବଳା ନାୟକ, ଭାଇସ ଚେୟାରମ୍ୟାନ ଜୟରାମ ମହାକୁଡ, ବାଗୁନ ହୋ, ସୁରୁ ହୋ, ସୁରୁ ମହାକୁଡ, ଚାନ୍ଦୁ ହୋ, ଆଶାକର୍ମୀ ପଦ୍ମିନୀ ନାୟକ, ଅଙ୍ଗନବାଡି କର୍ମୀ ଚମ୍ପାବତୀ ଜେନା, ଶିକ୍ଷକ ଆକାଶ କୁମାର ସାହୁ, ଲକ୍ଷ୍ମୀନାରାୟଣ ନାୟକ, ଦୁର୍ଗାପ୍ରସାଦ କର ପ୍ରମୁଖ ଯୋଗଦେଇ ୧୬୦ଜଣ ଛାତ୍ରଛାତ୍ରୀଙ୍କୁ ଦୁଇହଳ ଲେଖାଏଁ ସାର୍ଟ ଓ ହଳେଲେଖାଏଁ ଯୋତା ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ