ଦଲାଇଲାମା ହସ୍ପିଟାଲେର ଭର୍ତି

ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଦିଲ୍ଲୀର ଏକ ଘରୋଇ ହସ୍ପିଟାଲେର ଭର୍ତି ହୋଇଛନ୍ତି । ହୃତପିଣ୍ଡରେ ସଂକ୍ରମଣ ହେତୁ ତାଙ୍କୁ ଗତକାଲି ମେଡିକାଲରେ ଭର୍ତି କରାଯାଇଛି । ଏହା ପୂର୍ବରୁ ଦଲାଇଲାମା ଦିଲ୍ଲୀରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟ ସବୁ ପଜିଟିଭ୍ ଥିବା ଡାକ୍ତରମାନେ କହିଛନ୍ତି ।

ଦଲାଇଲାମାଙ୍କ ବ୍ୟକ୍ତିଗତ ସଚିବ ତେନଜିନ୍ ଟକଲାଙ୍କ କହିବାନୁସାରେ, ଧର୍ମଗୁରୁଙ୍କ ଗତକାଲି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ହସ୍ପିଟାଲର କତୃପକ୍ଷ ଏନେଇ କିଛି ସୂଚନା ଦେଇନାହାନ୍ତି । କୁହାଯାଉଛି କି ଦଲାଇଲାମା ଅଧିକାଂଶ ସମୟରେ ହସ୍ପିଟାଲକୁ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ