ଦଲାଲ ଗିରଫ
ନୟାଗଡ,( ଯୁଗାବ୍ଦ ନ୍ୟୁଜ୍): ଦେଶରେ ୨୦୧୯ ମୋଟରଯାନ ଆକ୍ଟ କଡାକଡି ଭାବେ ଲାଗୁହେବା ଫଳରେ ଜିଲ୍ଲା ଗୁଡିକରେ ଲାଇସେନ୍ସ କରିଦେବାକୁ କହି ଦଲାଲ ମାନଙ୍କର ଦ୍ୱାରା ଗାଡି ଚାଳକ ମାନେ ହଜାର ହଜାର ଟଙ୍କାର ଠକେଇ ହେବାର ଅଭିଯୋଗ ରହିଛି ।ତେଣୁ ବିଭିନ୍ନ ସମୟରେ ସରକାରୀ ପୋଲିସ ଓ ପ୍ରଶାସନ ତରଫରୁ ମିଳିତ ଚଢାଉ କରି ଦଲାଲ ମାନଙ୍କୁ ଗିରଫ କରିବା ନିମନ୍ତେ ଧରପଗଡ ଚାଲିଥିବା ବେେଳେ ଦଲାଲ ମାନଙ୍କ ମନରେ ଛନକା ପଶିଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଡ୍ରାଇଭିଙ୍ଗ ଲାଇସେନ୍ସ କରାଇଦେବାକୁ କହି ଜୈନିକ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଜଣେ ଦଲାଲକୁ କାବୁ କରିଛି ପୋଲିସ । ମିଳିଥିବା ଖବର ଅନୁଯାୟୀ ଆରଟିଓ ଅଫିସ ନିକଟରେ ପୋଲିସ ଓ ପ୍ରଶାସନର ଧରପଗଡ ପରେ ଦଲାଲ ମାନଙ୍କର ଆରଟିଓ ଅଫିସ ସମ୍ମୁଖରେ କିଛି ଅସାଧୁ ଦଲାଲ ଙ୍କୁ ଗିରଫ କରିବା ନିମନ୍ତେ ନୟାଗଡ ଏସପି ଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ଦଲାଲ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ପରିଚୟ ଜାମୁ ସାହିର ମୁରଲି ଧର ରାଉତ ବୋଲି ଜଣାପଡିଛି । ଦଲାଲ ଠକ ଯୁବକଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା,ଡ୍ରାଇଭିଙ୍ଗ ଲାଇସେନ୍ସ କାଗଜପତ୍ର, ଗୋଟିଏ ବାଇକ ଓ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତକୁ ଗିରଫ କରି ପୋଲିସ ତଦନ୍ତ ଜାରୀ ରଖିଛି ।