ଦଳିତଙ୍କ ଅତ୍ୟାଚାରୀଙ୍କୁ ତୁରନ୍ତ ଗିରଫ କର : ରାଷ୍ଟ୍ରୀୟ ଦଳିତ ମହାସଙ୍ଘ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ଚରମସୀମାରେ ପହଁଞ୍ôଚଥିବା ବେଳେ ଏ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ବାରମ୍ବାର ଜଣାଇଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ରାଷ୍ଟ୍ରୀୟ ଦଳିତ ମହାସଂଘ ପକ୍ଷରୁ ମଙ୍ଗଳ ବାର ଗରାପୁରସ୍ଥିତ ଆମ୍ବେଦକର ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଦଳିତ ନାବାଳିକା ହତ୍ୟାକାରୀକୁ ମଧ୍ୟ ପୋଲିସ ଗିରଫ କରୁନଥିବା ବେଳେ ମାମଲାକୁ ରଫାଦଫା କରିବା ପାଇଁ ପିଡିତ ଦଳିତମାନଙ୍କୁ ପୋଲିସ ଧମକ ଦେଉଛି । ଜିଲ୍ଲାର ରାଜକିନକା, ରାଜନଗର ଓ ପଟ୍ଟାମୁଣ୍ଡାଇ ଥାନାରେ ବହୁ ଦଳିତ ନାରୀ ନିର୍ଯ୍ୟାତନା ମାମଲା ପଡିରହିଥିଲେ ମଧ୍ୟ ସେହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ରାଜକନିକା ଥାନା ଅନ୍ତର୍ଗତ ହଟିଆପଡା ଗ୍ରାମର ଜଣେ ଦଳିତ ମହିଳାଙ୍କୁ ହତ୍ୟା କରାଯିବାର ୧୫ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷପ ଗ୍ରହଣ କରି ନଥିବା ମହାସଂଘ ଅଭିଯୋଗ କରିଛି । ସେହିପରି ରାଜନଗର ଥାନାରେ ଏକ ଦଳିତ ନାବାଳିକା ହତ୍ୟାର ଏକ ବର୍ଷ ପୂରଣ ହୋଇଥିଲେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ । ପଟ୍ଟାମୁଣ୍ଡାଇ ଥାନାରେ ଜଣେ ଦଳିତ ମହିଳାଙ୍କୁ ବାରମ୍ବାର ମାଡ ମରାଯିବା, ବଳାତ୍କାର ଉଦ୍ୟମ କରିବା ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ବସିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆରକ୍ଷୀ ଅଧିକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଆରକ୍ଷୀ ଅଧିକ୍ଷକ ଦଳିତଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ପୁରସ୍କାର ପାଇବା ପାଇଁ ସୁପାରିଶ କରିଥିବା ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟଦ୍ୱାରା କେନ୍ଦ୍ରାପଡା ଜିଲ୍ଲାରେ ଦଳିତ ନିର୍ଯ୍ୟାତନା ଚରମସୀମାରେ ପହଁଞ୍ôଚଛି । ଗତ ଫେବୃୟାରୀ ୧୬ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସାତକୁଡିଆ ଗ୍ରାମର ୪୦ଟି ଦଳିତ ପରିବାରଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଗଲା । ସେମାନେ ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ସେଠାରେ ପହଁଞ୍ôଚ ପାରିଲା ନାହିଁ । ଫଳରେ ୪୦ଟି ଦଳିତ ପରିବାର ଉଚ୍ଚ ଜାତିଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ଜୀବନ ଅତିବାହିତ କରୁଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ଦଳିତଙ୍କୁ ନିର୍ଯ୍ୟାତନା ଘଟଣାରେ ଯଦି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ରାଷ୍ଟ୍ରୀୟ ଦଳିତ ମହାସଂଘର ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଆଗାମୀ ଦିନରେ ଦଳିତମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଧାନସଭା ଆଗରେ ଧାରଣା ଦେବାକୁ ମହାସଂଘ ବାଧ୍ୟ ହେବ ବୋଲି ଜିଲ୍ଲା ପୋଲିସ ପ୍ରଶାସନକୁ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜାତୀୟ ଦଳିତ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳିତ ମହାସଭାର ରାଜ୍ୟ ଉପଦେଷ୍ଟା ରବିନ୍ଦ୍ର ସେଠୀ, ଅମୀୟ ସେଠୀ, ଜିଲ୍ଲା ସଭାପତି କଳ୍ପତରୁ ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ରାଜକିଶୋର ମଲ୍ଲିକ, ପ୍ରତିମା ମଲ୍ଲିକ, ଆର୍ତ୍ତତ୍ରାଣ ସେଠୀ, ଖଗେଶ୍ୱର ମଲ୍ଲିକ, ବିକାଶକୁମାର ମଲ୍ଲିକ, ଅଲେଖ ସେଠୀ, ବାବାଜୀ ମଲ୍ଲିକ, ଜୟନ୍ତ କୁମାର ସେଠୀ , ପଛୁଆବର୍ଗ ନେତା ଅନାଦି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ