ଦଳିତ ଯୁବତୀ ଆତ୍ମହତ୍ୟା ଘଟଣା,ତଦନ୍ତ ଆରମ୍ଭ କଲେ ଏଚଆରପିସି ଟିମ୍
ନାଉଗାଁ:ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ଗ୍ରାମରେ ଆତ୍ମହତ୍ୟା କରିଥିବା ଦଳିତ ଯୁବତୀଙ୍କ ପରିବାରରେ ଶନିବାର ଏଚଆରପିସି(ହ୍ୟୁମାନ ରାଇଟସ ପ୍ରୋଟେକସନ ସେଲ)ଟିମ ପହଁଚି ତଦନ୍ତ ଆରମ୍ଭ କରିଛି । ଏଥିରେ ସେଲର ଡିଏସପି କୁବେର ବରିଆ, ଆଇଆଇସି ଗୋପିକା ରାଣୀ ଜେନା ଉକ୍ତ ପରିବାରର ସଦସ୍ୟମାନଙ୍କୁ ଅତ୍ମହତ୍ୟା ସଂର୍ପକରେ ପଚରାଉଚରା କରି ସାକ୍ଷ୍ୟ ଗ୍ରହଣ କରିଥିବା ଜଣାଯାଇଛି । ଯୁବତୀର ବାପା,ମାଙ୍କ ସମେତ ପଡୋଶୀଙ୍କୁ ଯୁବତୀର ଆତ୍ମହତ୍ୟା ଘଟଣା ସଂର୍ପକରେ ଟିକିନିଖି ପଚାରି ବୁଝିଥିଲେ । ଯୁବତୀର ମା ସାକୁଲି ଦାସଙ୍କୁ ୭ ନଭେମ୍ବରରେ କରାଯାଇଥିବା ଅଭିଯୋଗକୁ ଭିତିକରି ସେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି ଘଟଣା ସଂର୍ପକରେ ବୁଝିଥିଲେ ।ପରେ ଯୁବତୀର ବାପା ହଟ ଦାସ,୨ ଭାଇ ତ୍ରିନାଥ ଓ ମୁନା ଦାସ, ସଂପର୍କୀୟ ବଡ ବୋଉ ଦୁଲି ଦାସ, ପଡୋଶୀ ଭାଉଜ ମମତା ଦାସ,ପଡୋଶୀ ମାଈଁ ମିନି ଦାସଙ୍କ ଠାରୁ ଆତ୍ମହତ୍ୟାର ଘଟଣା ସଂର୍ପକରେ ବୁଝି ସାକ୍ଷ୍ୟ ଗ୍ରହଣ କରିଥିବା ଜଣାଯାଇଛି ।