ଦଳିତ ସେବା ସଂଘ ପକ୍ଷରୁ ମାସ୍କ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବଜାର ଠାରେ ଆମ୍ବେଦକର ଦଳିତ ସେବା ସଂଘ ପକ୍ଷରୁ କରୋନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅଧ୍ୟାପକ ତରଣୀସେନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ସହକାରୀ ଅଧିକାରୀ ଅନୁରାଗ ମହାନ୍ତି, ବିଜୟ ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପଙ୍କଜ କୁମାର ବେହେରା, ମନୋରଞ୍ଜନ ରାଉତ, ସଂଘ ସଭାପତି ଉମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ବ୍ୟବସାୟୀ ମାନଙ୍କୁ ସାମାଜିକ ଦୂରତା ଭିତ୍ତିରେ କାରବାର କରିବାକୁ ଅନୁରୋଧ କରିଥିବାବେଳେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରିଥିଲେ । ଏହାଛଡା ସମ୍ପାଦକ ଉମାକାନ୍ତ ଜେନା, ରବିନ୍ଦ୍ର ଜେନା, ଅଭିମନ୍ୟୁ ଚନ୍ଦ, ଧରଣୀଧର ଜେନା ପ୍ରମୁଖ ଜନସଚେତନାତ୍ମକ ସୂଚିପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ମାଧବାନନ୍ଦ ଜେନା , ଗୋକୁଳାନନ୍ଦ ଜେନା, ବାବୁଲା ଜେନା, ସୁରେଶ ଜେନା, ଷେଣ୍ଢ ଜେନା, ନିଗମାନନ୍ଦ ଜେନା ପ୍ରମୁଖ ପରିଚାଳନା କରିଥିଲେ ।


