ଦଳୀୟ କର୍ମୀଙ୍କ ତୁମୁଳକାଣ୍ଡ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମାଲଦା ରାଲିରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାଲି ସ୍ଥଳରେ ଦଳୀୟ କର୍ମୀମାନେ ଚେୟାର ଫୋପାଡାଫିଙ୍ଗା କରିବା ସହ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାରିକେଡ଼ ମଧ୍ୟ ଭାଙ୍ଗିଦେଇଛନ୍ତି । ଘଟଣା ଘଟିବା ସମୟରେ ରାହୁଲ ଗାନ୍ଧି ସଭାସ୍ଥଳରେ ଉପସ୍ଥିତ ନଥିବା କୁହାଯାଉଛି ।
ମିଳିଥିବା ସୂଚନାନୁସାରେ ରାଲିସ୍ଥଳୀକୁ ହଠାତ୍ ଆଖ ପାଖ ଗାଁରୁ କିଛି ବିଦ୍ରୋହୀ କଂଗ୍ରେସ କର୍ମୀ ଧଶେଇ ପଶିଆସିବା ସହ ଭିତର ଘେରା ମଧ୍ୟକୁ ପଶିଯିବାକୁ ଚେଷ୍ଟା କରିଥିଲେ । କଂଗ୍ରେସର ଅନ୍ୟକର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଗଣ୍ଡଗୋଳ ସୃଷ୍ଟିକାରୀ କଂଗ୍ରେସ କର୍ମୀମାନେ ରାଜ୍ୟ କଂଗ୍ରେସ ସଭାପତିଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ସମର୍ଥକମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ତା ହୋଇନଥିବା ଅଭିଯୋଗ କରିଛନ୍ତି । ସେଠାରେ ଉପସ୍ଥିତ ପୁଲିସ ଏବଂ ଅନ୍ୟ କଂଗ୍ରେସ ନେତା ଉତକ୍ଷିପ୍ତ ସମର୍ଥକମାନଙ୍କୁ ଶାନ୍ତ କରିବାରେ ବିଫଳ ହେବାରୁ ସେମାନେ ବରିଷ୍ଠ ଦଳୀୟକର୍ମୀଙ୍କ ବସିବା ସ୍ଥାନକୁ ଚେୟାର ଫୋପାଡ଼ିଥିଲେ । ପରେ ସମର୍ଥକମାନେ ଶାନ୍ତ ପଡିଥିବା ଦଳ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ