ଦଳୀୟ କାର୍ଯ୍ୟାଳୟ ଲାଗି ୧୨.୩୮ କୋଟି ଦେଇ ବିଜେଡି ଓ ୨୫.୮୧ କୋଟି ଟଙ୍କା ଦେଇ ବିଜେପି ଜମି ଲିଜରେ ନେଇଛନ୍ତି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବିଜେଡିକୁ ୧ ଏକର ୧୮୩ ଡିସିମିଲ ଜାଗା ଯୋଗାଇ ଦିଆଯାଇଛି । ବେଞ୍ଚ ମାର୍କ ଅନୁଯାୟୀ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ଦରରେ ଏହି ଜମି ଯୋଗାଇ ଦିଆଯାଇଛି । ବିଜେଡି ୧୨ କୋଟି ୩୮ ଲକ୍ଷ ଟଙ୍କା ଦେଇ ଏହି ଜମି ଲିଡ ସୂତ୍ରରେ ନେଇଥିବା ବେଳେ ୨୫ କୋଟି ୮୧ ଲକ୍ଷ ଟଙ୍କା ଦେଇ ଦୁଇଟି ପ୍ଲଟ ବିଜେପି ଲିଜ ସୂତ୍ରରେ ନେଇଛି । ରାଜନୈତିକ ଦଳମାନଙ୍କୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିବା ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅତୀତରେ ରାଜଧାନୀ ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟ ପାଇଁ ୧୯୬୪ ମସିହାରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ, ୧୯୯୨ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏକର ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୭ ହଜାର ୭ ଶହ ୯୧ ଟଙ୍କା ୪୫ ପଇସା ମୂଲ୍ୟରେ ୧୭୮ ଡିସିମିଲ ଏବଂ ୧୯୯୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏକର ପିଛା ୬ ହଜାର ୬୦୦ ଟଙ୍କା ହିସାବରେ ୮ ଶହ ୬୧ ଟଙ୍କା ୩୪ ପଇସା ମୂଲ୍ୟରେ ୧୨୯ ଡିସିମିଲ ପରିମିତ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଥିଲେ । ଏହି ବର୍ଷ ବିଜୁ ଜନତା ଦଳ ପ୍ରଚଳିତ ବେଂଚ ମାର୍କ ଭାଲୁଏସନ୍ ମୁତାବକ ଧାର୍ଯ୍ୟ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ହିସାବରେ ୧୨ କୋଟି ୩୮ ଲକ୍ଷ ୬୦ ହଜାର ୧୦୦ ଟଙ୍କା ମୂଲ୍ୟରେ ୧ ଏକର ୧୮୩ ଡିସିମିଲ ଏବଂ ଭାରତୀୟ ଜନତା ପାର୍ଟି ଏକର ପିଛା ବେଞ୍ଚମାର୍କ ଭାଲୁଏସନ୍ ୧୬ କୋଟି ୬୦ ଲକ୍ଷ ଟଙ୍କା ହିସାବରେ ୯୦୯ ଡେସିମିଲ୍ ଜମି ପାଇଁ ୧୫ କୋଟି ୮ ଲକ୍ଷ ୯୪ ହଜାର ଟଙ୍କା ଏବଂ ଏକର ପିଛା ବେଂଚମାର୍କ ଭାଲୁଏସନ ୨୯ କୋଟି ଟଙ୍କା ହିସାବରେ ୩୭୦ ଡେସିମିଲ୍ ଜମି ପାଇଁ ୧୦ କୋଟି ୭୩ ଲକ୍ଷ ଟଙ୍କା ଏହି ଭଳି ମୋଟ ୨୫ କୋଟି ୮୧ ଲକ୍ଷ ୯୪ ହଜାର ଟଙ୍କା ଜମା କରି ୧ ଏକର ୨୭୯ ଡିସିମିଲ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ