ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିଲେ ଜାତୀୟ କିଷାନ କଂଗ୍ରସ ସାଧାରଣ ସଂପାଦକ

ଛତ୍ରପୁର : ଗଂଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ନିମନ୍ତେ କଂଗ୍ରେସ ଦଳର ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସୁସଂଗଠକ ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଜୋନ୍ ର ଲକ୍ଷ୍ମୀପୁର, ସୁନ୍ଦରପୁର, ନରେନ୍ଦ୍ରପୁର, ଟାଙ୍ଗଣାପଲ୍ଲୀ, ଚମାଖଣ୍ଡି ଓ ଶ୍‌ôୀରାମଚନ୍ଦ୍ରପୁର ପଂଚାୟତର ଗାଁ କୁ ଗାଁ ଯାଇ କଂଗ୍ରେସ ଦଳର ପ୍ରାର୍ଥୀ ଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନିମନ୍ତେ ପ୍ରଚାର କରାଯାଉଛି । ରବିବାର ଜାତୀୟ କିଷାନ୍ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଯୁବନେତା ରଶ୍ମୀ ରଂଜନ ପଟ୍ଟନାୟକ ଷ୍ଟାର ପ୍ରଚାରକ ଭାବେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ନିମନ୍ତେ ଭୋଟ ଭିକ୍ଷା କରିଥିଲେ । ଏହି ପ୍ରଚାରରେ ଶ୍ରମିକ ନେତା ଜି.ଏରେୟା, ସୁଦାମ ପୁରୋହିତ, ପୂର୍ବତନ ସରପଂଚ ଡି.ରାମସ୍ୱାମୀ ରେଡ୍ଡୀ, ସୁରେନ୍ଦ୍ର ସେଠୀ ଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ କର୍ମୀମାନେ ସାମିଲ ହୋଇ ଦଳୀୟ ପ୍ରାର୍ଥଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ