ଦଳୀୟ ବୈଠକରେ ବର୍ଷିଲେ, କେନ୍ଦ୍ର ମନ୍ତ୍ରୀ

ସମୀକ୍ଷା ବୈଠକ ପରେ ଜିଲ୍ଲାପ୍ରଶାସନର କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକଟ କଲେ କେନ୍ଦ୍ର ମନ୍ତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ନୀତି ଆୟୋଗଙ୍କ ଦ୍ବାରା ନିର୍ଦ୍ଧାରିତ ଆକାଂକ୍ଷୀ ଜିଲ୍ଲା ଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇ ଦେଇଥିବା ଅର୍ଥ ସଠିକ ଭାବେ କାର୍ଯ୍ୟକାରୀ ହୋଇଛି କି ନାହିଁ ଏବଂ ଲୋକେ ଏହାର ସୁଫଳ ପାଇଛନ୍ତି କି ନାହିଁ ତାହାର ସମୀକ୍ଷା ପାଇଁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ମଙ୍ଗଳବାର ଗଜପତି ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରିଫେରିଛନ୍ତି । ଗସ୍ତ ସମୟରେ ସେ ଦଳୀୟ ବୈଠକରେ ମଧ୍ୟ ଯୋଗ ଦେଥିଲେ ଉକ୍ତ ବୈଠକରେ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଯେଭଳି ଉନ୍ନୟନ କାର୍ଯ୍ୟ ଚାଲିଛି ତାହାକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । କିଛି ଯୋଜନାରେ ଜିଲ୍ଲା ପ୍ରଶାସନ ବହୁତ ଭଲ କାମ କରିଛନ୍ତି । କିନ୍ତୁ ଆଉ କେତେକ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଯେଉଁ ସବୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ସେଥିପାଇଁ ତାହା କାର୍ଯ୍ୟକାରୀ କରିବାରେ ଅସୁବିଧା ହୋଇଥିବା ଜଣାପଡିଛି । ତେବେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଏହାର ସମାଧାନ କିଭଳି ହେବ ଏବଂ ଲୋକଙ୍କ ନିକଟରେ କିଭଳି ସରକାରୀ ଯୋଜନା ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ହେବାର ଆବଶ୍ୟକତା ରହିଛି । ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ପ୍ରତିଶୃତିବଦ୍ଧ । ଏଥିପାଇଁ ପର୍ଯ୍ୟାପ୍ତ ଟଙ୍କା ରହିଛି । ତଥାପି ଏଯାଏଁ ଜିଲ୍ଲାରେ ମାତ୍ର ୪୬ ପ୍ରତିଶତ ଲୋକଙ୍କ ନିକଟରେ ହିଁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିଛି । ତେଣୁ ଅନ୍ୟମାନଙ୍କ ନିକଟରେ କିଭଳି ଶୀଘ୍ର ଏହା ପହଞ୍ଚିବ ତାହା ଉପରେ କାର୍ଯ୍ୟ କରିବା ଆବଶ୍ୟକ । ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଜୋରଦାର ପ୍ରୟାସ କରିବା ସହ ଲୋକଙ୍କୁ ସ୍ବଚ୍ଛ ପାନୀୟ ଦେବା ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ସରକାର ଶତ ପ୍ରତିଶତ ସଫଳତା ପାଇବା ତଥ୍ୟ ଦେଇପାରନ୍ତି ଏବଂ ଘୋଷଣା ମଧ୍ୟ କରିଛନ୍ତି । କିନ୍ତୁ ଯେତେ ସମୟ ଯାଏଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ସମ୍ପର୍କରେ ତୃତୀୟ ପକ୍ଷ ନିରୀକ୍ଷଣ କରି ସନ୍ତୋଷ ପ୍ରକାଶ ନକରିଛନ୍ତି ସେତେ ସମୟ ଯାଏଁ କେନ୍ଦ୍ର ସରକାର ଏହା ଘୋଷଣା କରିବ ନାହିଁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ