ଦଳ ଛାଡିଲେ ପୁର୍ବତନ ବିଧାୟକ ରବି ମଲ୍ଲିକ

ବିଜେଡିରେ ଟିକେଟ୍ ବଣ୍ଟନ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି  କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତରୁ ଇସ୍ତଫା ଦେଇ ତାଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ବିଜେଡି ଛାଡ଼ିବା ସହିତ ରବି ମଲ୍ଲିକ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି।ଦଳ ଛାଡ଼ିବା ପରେ ସେ କହିଛନ୍ତି,”ମୋ ପ୍ରତି ବହୁତ ଅବିଚାର ହୋଇଛି। ୨୦୧୪ରେ ଅବିଚାର କରାଯାଇଥିଲା ଓ ଏଥର ବି କରାଯାଇଛି। ଦଳରେ ମୋର ଆବଶ୍ୟକତା ନ ଥିବା ମୁଁ ଅନୁଭବ କରୁଛି। ଦଳ ପାଇଁ ସବୁ କାମ କରିବା ସତ୍ତ୍ୱେ ଆଉ ଗୁରୁତ୍ୱ ଦିଆଯାଉ ନାହିଁ। କୌଣସି କଥା ପଚରାଯାଉନି। କିନ୍ତୁ କାଲି ଆସି ଦଳରେ ମିଶିଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯାଉଛି। ତେଣୁ କଷ୍ଟ ହେଉଛି। ସେଥିପାଇଁ ଇସ୍ତଫା ଦେଇ ଦେଲି।”ଅନ୍ୟପକ୍ଷରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ବିଜେପି ତାଙ୍କୁ କାକଟପୁରରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। କାରଣ ବିଜେପି ଏଠାରୁ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଟିକେଟ୍ ପାଇବା ପରେ ସେ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ