ଦଶପଲ୍ଲାରେ ହାତୀ ଆତଙ୍କ
ନୟାଗଡ ,(ଯୁଗାବ୍ଦ ନ୍ୟୁଜ) : ନୟାଗଡ ଦଶପଲ୍ଲା ବ୍ଲକ୍ ଅଚଂଳରେ ହାତୀ ଆତଙ୍କ। ହାତୀଙ୍କ ଉପଦ୍ରବରେ ଏକର ଏକର ଚାଷଜମୀରେ ଧାନଫସଲ ନଷ୍ଟ । ମହାନଦୀ ବନ୍ୟପ୍ରାଣୀ ଅଂଚଳରୁ ବଣୁଆ ହାତୀପଲ୍ଲ ଆସି ବ୍ଲକର ବୁଗୁଡା ,ବୁଗୁଡା କଲୋନୀ ,ବାଲିସାହି ,ଶିମିଳିସାହି ଗ୍ରାମର ଏକର ଏକର ଧାନ ଫସଲ ଖାଇବା ସଂଗେ ସଂଗେ ଦଳି ମକଚି ନଷ୍ଟ କରିଦେଇଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କ କହିବା ଅନୁଯାଇ ଗତ ରାତିରେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳରୁ ୧୦ ରୁ ୧୨ ପଟ ହାତୀପଲ ଅମଳକ୍ଷମ ପାଚିଲା ଧାନ କ୍ଷେତରେ ପଶି ଧାନ ଖାଇବା ସଂଗେ ସଂଗେ ଏକର ଏକର ଚାଷଜମିକୁ ସଂପୂର୍ଣ୍ଣ ଦଳି ମକଚି ନଷ୍ଟ କରି ଦେଇଛନ୍ତି । ଏ ବିଷୟରେ ବାଣୀଗୋଛା ବନ୍ୟପ୍ରାଣୀ ରେଂଜରଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରୁନଥିବା କ୍ଷତିଗ୍ରସ୍ଥ ଚାଷୀ ମାନେ ଅଭିଯୋଗ କରୁଥିବା ବେଳେ ତୁରନ୍ତ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାପାଇଁ ଅଚଂଳବାସୀ ଦାବୀ କରିଛନ୍ତି।