ଦଶପଲ୍ଲା କଲେଜକୁ ନାକ୍ ଟିମ୍ର ‘ସି’ ଗ୍ରେଡ୍ ମାନ୍ୟତା
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍): ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟକୁ ନାକ୍ ଟିମ୍ର ପରିଦର୍ଶନ ପରେ ଆଶା ଓ ଆଶଙ୍କାରେ ଥିବା ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କୁ ଆଶସ୍ତି ମିଳିଛି । ବହୁ ପ୍ରତିକ୍ଷିତ ନାକ୍ରେ ଏହି ମହାବିଦ୍ୟାଳୟ ‘ସି’ ଶ୍ରେଣୀର ଯୋଗ୍ୟତା ହାସଲ କରିଛି । ଗତ ମାର୍ଚ୍ଚ ମାସ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବାଙ୍ଗାଲୋର ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ୩ ଜଣିଆ ଏକ ଟିମ୍ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ । କଲେଜର ଭିତ୍ତିଭୂମି ସାଙ୍ଗକୁ ଲାଇବ୍ରେରୀ, ବିଜ୍ଞାନାଗାର ଆଦି ପରିଦର୍ଶନ ପରେ ପୁରାତନ ଛାତ୍ର ସଂଘ, ଶିକ୍ଷକ, ଅବିଭାବକଙ୍କ ସହ ଆଲୋଚନା ଓ ବିଚାରବିମର୍ଷ କରି ରିପୋର୍ଟ ପ୍ରଦାନ କରିଥିଲେ । ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଏହି ମହାବିଦ୍ୟାଳୟକୁ ‘ସି’ ଶ୍ରେଣୀର ମାନ୍ୟତା ମିଳିଛି । ଏହାକୁ ନେଇ କଲେଜ ଅଧ୍ୟକ୍ଷ ଶ୍ରୀଧର ରଥ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ନାକ୍ ଟିମ୍ର ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଏହାଦ୍ୱାରା କଲେଜର ବହୁ ଉନ୍ନତି ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।