ଦଶପଲ୍ଲା ବିଧାନସଭା ପ୍ରାର୍ଥୀପତ୍ର ମଧ୍ୟରୁ ଗୋଟିଏ ନାକଚ
ଦଶପଲ୍ଲା (ଯୁଗାଦ୍ଧ ନ୍ୟୁଜ): ଦଶପଲ୍ଲା ପାଇଁ ୨୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିଥିବା ୮ଜଣଙ୍କ ମଧ୍ୟରୁ କଳିଙ୍ଗ ସେନା ଦଳର ପ୍ରାର୍ଥନୀ ଅରୁ ଦେଇଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ଅନ୍ୟ ସାତ ଜଣ ବିଜେଡିର ରମେଶ ବେହେରା, ବିଜେପିରୁ ପୂର୍ଣ୍ଣଚନ୍ଦ୍ର ନାୟକ, କଂଗ୍ରେସରୁ ପ୍ରଶାନ୍ତ କୁମାର ନାୟକ, ଏନସିପିର ବେଣୁଧର ନାୟକ, ସମତାକ୍ରାନ୍ତି ଦଳର ତ୍ରିନାଥ ନାୟକ, ବିଏସ୍ପିର ଦେବରାଜ ନାୟକ, ସ୍ୱାଧୀନ ପ୍ରାର୍ଥୀ ବିଷ୍ଣୁପ୍ରିୟା ଦାସ ପ୍ରମୁଖଙ୍କର ପ୍ରାର୍ôଥପତ୍ର କାଏମ୍ ରହିଛି । ୨୯ ତାରିଖ ପ୍ରାର୍ଥପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ପରେ ନିର୍ବାଚନ ମୈଦାନରେ କେଉଁମାନେ ରହିଲେ ତାହା ସ୍ପଷ୍ଟ ହୋଇଯିବ ।