‘ଦଶଭାଇ ମହାସଂଘ’ର ୮୬ତମ ବାର୍ଷି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ପୁରୁଣା ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଦଶଭାଇ ମହାସଂଘ ଏକ ବହୁ ପୁରାତନ ଆଧ୍ୟାତ୍ମିକ ଭାଇ•ରାର ସଂଗଠନ । ଆଜକୁ ବହୁବର୍ଷ ପୂର୍ବେ ୧୯୩୩ ମସିହାରେ ପୂଣ୍ୟତୋୟା ଦୟା ଓ ଭାର୍ଗବୀ ନଦୀ ଉପକଣ୍ଠ, ବିଶ୍ୱର ଐତିହାସିକ କୀର୍ତ୍ତିରାଜି ଧଉଳି ପାହାଡ଼ ପାଦଦେଶରେ ପବିତ୍ର ତୋଷାଳି କ୍ଷେତ୍ରର ଦାୟାଦମାନଙ୍କ ଦ୍ୱାରା ଗଢି ଉଠିଥିବା ଅନେକ ଗ୍ରାମର ୧୦ଜଣ ମୁରବୀମାନେ ଐକ୍ୟବଦ୍ଧ ଭାବରେ ଦଶଭାଇ ମହାସଂଘ ଗଠନ କରିଥିଲେ । ଏହି ଗ୍ରାମବାସୀମାନଙ୍କର ଅସୀମ ସାହସ, ବୀରତ୍ୱର ଗାଥା ଓ ଧୌର୍ଯ୍ୟ ଆଗରେ ଦିନେ ମଗଧାଧୀଶ ଚଣ୍ଡାଶୋକ ମଥା ନୁଆଁଇ ଧର୍ମାଶୋକରେ ପରିଣତ ହୋଇଥିଲେ ବୋଲି ଯାହାର ବର୍ଣ୍ଣନା ଇତିହାସରେ ଲିପିବଦ୍ଧ । କାଳକ୍ରମେ ଏହି ଅଞ୍ଚଳର ଅଧିବାସୀମାନଙ୍କ ପାଇଁ ବିଭିନ୍ନ ଧର୍ମନୁଷ୍ଠାନ ମନ୍ଦିର ପ୍ରତଷ୍ଠା କରି ଲୋକମାନଙ୍କ ମଧ୍ୟରେ ଧର୍ମ ଚେତନା ଜାଗରଣ ପାଇଁ ଅନେକ ମେଳଣ, ମେଳା, ଦୋଳ ମହୋତ୍ସବ ଓ ଯାନିଯାତ୍ରା ସୃଷ୍ଟି କରାଯାଇ ସେମାନଙ୍କର ଧର୍ମୀୟ ଭାବନାକୁ ବୃଦ୍ଧି କରିଥାନ୍ତି । ଯାହାଦ୍ୱାରା ସେମାନେ ସେମାନଙ୍କର ଅଧିଷ୍ଠାତା ଠାକୁରମାନଙ୍କୁ ନେଇ ପରସ୍ପର ମଧ୍ୟରେ ଭେଟ ହୋଇଥାନ୍ତି । ଏହି ସଂସ୍କୃତି, ପରମ୍ପରା ସଦା ସର୍ବଦା ବଜାୟ ରହୁ, ଶାନ୍ତି ଶୃଙ୍ଖଳା, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ, ଭ୍ରାତୃଭାବ, ସ୍ନେହଭାବ ଦୃଢୀଭୂତ କରି ଏକତା ହେବା ପାଇଁ ଏହି ମହାସଂଘର ଆଦର୍ଶ ଓ ସମସ୍ତଙ୍କର ଆଦରଣୀୟ ହୋଇ ଆଜକୁ ୮୬ ବର୍ଷରେ ପଦାର୍ପଣ କରିଛି । ପୁରୁଣା ଭୁବନେଶ୍ୱରସ୍ଥିତ ନାଥପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ମହାସଂଘର ୮୬ତମ ବାର୍ଷିକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ଗନ୍ଧର୍ବ ମହାପାତ୍ର ଦିବଂଗତ ୫ଜଣ ବରିଷ୍ଠ ସଦସ୍ୟମାନଙ୍କୁ ସେମାନଙ୍କର ଅତୁଳନୀୟ ଅବଦାନ ପାଇଁ ସ୍ମୃତି•ରଣ କରି ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ସ୍ମୃତିପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମହାସଂଘର ସମ୍ପାଦକ ପ୍ରଫୁଲ୍ଲ ବିଶ୍ୱାଳ ଆଗାମୀ ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ ବନୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ । ଉପସଭାପତି ନିରଞ୍ଜନ ରାଉତରାୟ, କୋଷାଧ୍ୟକ୍ଷ ଅଶୋକ କୁମାର ହୋତା, ଉପଦେଷ୍ଟା ଯଯାତି କେଶରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଇନ୍ଜୀବୀ ସୁକାନ୍ତ ଚନ୍ଦ୍ର ଦାସ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ