ଦଶଭୂଜାଙ୍କ ଆଗମନ ପାଇଁ ଉତ୍ସବ ମୁଖର ପଲ୍ଲୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଆଉ ଦୁଇଦିନ ପରେ ଧରାବତରଣ କରିବେ ମା ଦଶଭୂଜା। ସହର ଠାରୁ ପଲ୍ଲୀ ଯାଏଁ ସବୁଠି ଉତ୍ସବ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପୂଜା ମଣ୍ଡପ ଠାରେ ମା’ଙ୍କ ମୂର୍ଣ୍ମୟୀ ମୂର୍ତ୍ତୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସରସଦା ଠାରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଶିଳ୍ପୀ ମାନେ ଲାଗିପଡିଥିବା ବେଳେ ପୂଜା କମିଟିର ସଦସ୍ୟ ମାନେ ସାଜସଜ୍ଜାରେ ଲାଗିପଡିଛନ୍ତି। ସେହିଭଳି ନିର୍ଗୁଣ୍ଡିର ପ୍ରସିଦ୍ଧ କୁଣ୍ଡ ସାହି, ବଡଦାଣ୍ଡ ପୂଜା କମିଟି, ହାଟ ସାହି, ସାନ ନାଗପାଳ ଓ ବଡ଼ ନାଗପାଳ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନୁରୂପ ଭାବେ ଭଣ୍ଡାରିପୋଖରୀ ବଜାର, ମଞ୍ଜୁରୀରୋଡ଼ ବଜାର, ପାଟୁଳି, ଜୋରାଗଡ଼ିଆ ପ୍ରମୁଖ ସ୍ଥାନରେ ଚଳିତ ବର୍ଷ ବେଶ ଧୁମଧାମରେ ପୂଜା ଆରମ୍ଭ ହେଉଥିବା ଜଣାପଡିଛି।ଆସନ୍ତା ଶୁକ୍ରବାର ନିଶି ପ୍ରହରରୁ ବେଲ୍ଵ ବରଣୀ ସହିତ ଦଶଭୂଜାଙ୍କ ବାର୍ଷିକ ପୂଜା ଆରମ୍ଭ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ