ଦଶମୂଳ ମୋଦକ

ଦେବସ୍ନାନ ପୂର୍ଣ୍ଣିମା ଦିନ
ସ୍ନାନ ମଣ୍ଡପ ଗଲେ
ଅମୁହାଁ କୂଅର ଜଳରେ
ପ୍ରଭୁ ସ୍ନାନ କରିଲେ ।

ଶହେ ଆଠ ଗରା ପାଣିରେ
ସ୍ନାନ ସରିବା ପରେ
ଅଣସରେ ଜ୍ଜରେ ପଡିଲେ
ଆମ ତିନି ଠାକୁରେ ।

ରାଜବୈଦ୍ୟ ଆସି ଦେଖିଲେ
ଜ୍ଜରେ କମ୍ପୁଅଛନ୍ତି,
ଆୟୁର୍ବେଦ ଉପଚାରର
ସେବା ମନେ ଚିନ୍ତନ୍ତି ।

ଦଶମୂଳ ମୋଦକ ଓଷ
ମନେ ମନେ ଭାବିଲେ
ଦଶ ପ୍ରକାର ଚେରମୂଳି
ଖୋଜି ସଂଗ୍ରହ କଲେ ।

ବେଲ, ଗମ୍ଭାରୀ, ଫଣଫଣା
ପାଟେଳି, କୃଷ୍ଣପର୍ଣ୍ଣୀ,
ଅଗ୍ନିବଥୁ, ଲବିଙ୍ଗ କୋଳି
ସହିତ ଶାଳପର୍ଣ୍ଣୀ ।

ଅଙ୍କରାନ୍ତି ସହ ଗୋଖରା
ଚେରମୂଳି ଆଣିଲେ,
ଖୁଆ, ସର, ମହୁ, ଘିଅରେ
ଭାଙ୍ଗ ମିଶାଇ ଦେଲେ ।

ନୂଆ ମାଟି ଚୁଲି ତିଆରି
କାଠ ଜାଳି ରାନ୍ଧିଲେ,
ଥଣ୍ଡା କରି ଗୋଲି ତିଆରି
ପ୍ରଭୁ ସେବା କରିଲେ ।

ଏକାଦଶୀ ତିଥି ବାରରେ
ପ୍ରଭୁ ସେବନ କଲେ
ସୁସ୍ଥ ସମ୍ବାଦ ଶିଘ୍ର ପାଇ
ସର୍ବେ ଖୁସି ହୋଇଲେ ।

ସ୍ନାନ, ଜ୍ଜର, ଓଷ ସେବନ
ସବୁ ମାନବ ଲୀଳା,
ଦେବତା ରୂପରେ କରନ୍ତି
ମୋ ପ୍ରଭୁ ଚକାଡୋଳା।

ଗଦାଧର ସାହୁ, ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ