ଦଶମ ଶ୍ରେଣୀ ଛାତ୍ର ନିଖୋଜ ଅଭିଯୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ନିଳୋକ ଗ୍ରାମର ଶ୍ରବଣ କୁମାର ଜେନା(୧୫) ଓରଫ ଗୁଡୁଆ ସୋମବାର ଠାରୁ କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଜେଜେ ବାପା ଅକ୍ଷୟ କୁମାର ଜେନା ଥାନାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଶ୍ରବଣ ନିଳୋକ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର ଅଟନ୍ତି । ସୋମବାର ଅପରାହ୍ନ ୫ଟା ସମୟରେ ଶ୍ରବଣ ଘରୁ କେଉଁଆଡେ ଚାଲି ଯାଇଥିଲେ । ସନ୍ଧ୍ୟା ସମୟରେ ସେ ଶିଆଳିଆ ତାଳପଦା ପୋଲ ନିକଟରେ ବସିଥିବା ଦେଖି ଗାଁର କିଛି ପିଲା ଘର ଲୋକଙ୍କୁ କହିଥିଲେ । ରାତି ୯ଟା ସୁଦ୍ଧା ସେ ଘରକୁ ନଫେରିବାରୁ ଘରଲୋକେ ବ୍ୟସ୍ତ ବିବ୍ରତ ହୋଇ ବହୁ ଖୋଜାଖୋଜି କରିଥିଲେ । ମଙ୍ଗଳବାର ସକାଳ ସୁଦ୍ଧା ତାଙ୍କୁ ନପାଇବାରୁ ଶେଷରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି । ସେ ଯିବା ବେଳେ ଧଳା ରଙ୍ଗର ଫୁଲ୍ ଗଞ୍ଜି ଓ କଳା ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ