ଦଶହରା ପାଇଁ ବ୍ରହ୍ମପୁର ସହର ଚଳ ଚଞ୍ଚଳ
ବ୍ରହ୍ମପୁୁର,(ଯୁଗାବ୍ଦ ନ୍ୟୁଜ୍): ଧରାପୃଷ୍ଠକୁ ଓହ୍ଳାଇ ଆସିଛନ୍ତି ମା ଜଗତ ଜନନୀ ଦୁର୍ଗା । ଦଶହରା ପାଇଁ ଚଳ ଚଞ୍ଚଳ ରହିଛି ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ । ଦକ୍ଷିଣ ଓଡିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଚଳ ଚଞ୍ଚଳ ରହିଛି । ଦଶହରା ପାଇଁ ନୂଆଁ ସୁୂଟ୍ ସୁପାର ଦୋକାନ ଠାରୁ ଆରମ୍ଭ କରି ଲୁଗା ଦୋକାନ ପର୍ଯ୍ୟନ୍ତ ଦୋକାନରେ ଗହଳି ଦେଖିବାକୁ ମିଳିଛି । ବିଗତ ଦୁଇ ବର୍ଷ ହେଲା ଦଶହରା ସମୟରେ ପ୍ରାକୃତିକ ବିପର୍ଯ୍ୟୟ ତଥା ଫାଇଲିନ ଓ ହୁଡୁଡୁଡି ଆଦି ସାମ୍ନା କରିଥିବା ବେଳେ ଦଶହରା ସମ୍ପୂର୍ଣ୍ଣ ଫିକା ପଡିଯାଇଥିଲା । ଚଳିତ ବର୍ଷ ଦଶହରା ବେଶ ଧୁମଧାମରେ ଚାଲିଛି । ବିଗତ ବର୍ଷରେ ଦଶହରା ସମୟରେ ବ୍ୟବସାୟୀରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟବସାୟ ବଜାର ପୁରା ଫିକା ପଡିଯାଇଥିଲା । ଚଳିତ ବର୍ଷ ବ୍ୟବସାୟୀ ମାନେ ଦଶହରା ରେ ଲୋକ ମାନଙ୍କୁ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ ଦୋକାନି ମାନେ ବିଭିିନ୍ନ ଆକର୍ଷଣୀୟ ଅଫର ମାନେ ଦେଉଛନ୍ତି ତ କିଏ ଗିଫ୍ଟ ଉପହାର ଦେଉଛନ୍ତି ।ା ଏହି ବର୍ଷ ଦଶହରାରେ ବହୁ ଗହଳି ଚହଳି ଦେଖିବାକୁ ମିଳିଥିବାରୁ ବ୍ୟବସାୟୀ ମାନେ ଦୁଇ ପଇସା ଲାଭ ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି ।